ଟ୍ରାକ୍ଟର ବାଇକ ମୁହାଁମୁହିଁ ଦୃଘଟଣା

ଚିକିଟି, (କୁରେଶୁ):ଚିକିଟି ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନସ୍ତ ଚିକିଟୀ ଫାଣ୍ଡିର ଅଳ୍ପ ଦୂରରେ ଥୁବା ରାମଚନ୍ଦ୍ରପୁର ନିକଟରେ ଏକ ଦୃଘଟଣାରେ ଯୁବକ ମୃତ୍ୟୁ ବରଣ କରିଛି l ସୂଚନା ପ୍ରକାରେ ବଡ଼ ପଲଙ୍କ ଗ୍ରାମରେ ପ୍ରତିବର୍ଷ ପରି ଏହିବର୍ଷ ହେଉଥିବା ଗାଇରାମା ଯାତ୍ରା ସକାଶେ ନିଜ ବନ୍ଧୁବାନ୍ଧବ ଙ୍କୁ ଡାକରା କରିବା ସକାଶେ ବଡପଲଙ୍କ ଗ୍ରାମର ସଂଗ୍ରାମ ପ୍ରଧାନ(୨୮)ପିତା ନାରାୟଣ ପ୍ରଧାନ ନିଜ ବାଇକ ଯୋଗେ କୋଟଲିଙ୍ଗୀ ପଟରୁ ଆସୁଥିବା ବେଳେ ଲଷ୍ମୀପୁର ପଟରୁ ଆସୁଥିବା ଏକ ଟ୍ରlକଟର ଧକl ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ପ୍ରବଳ ରକ୍ତ ଶ୍ରାବ ଘଟି ପଡିଥିବା ବେଳେ ସ୍ଥାନୀୟ ଲୋକ ଓ ଚିକିଟୀ ଫାଣ୍ଡି ପୋଲିସ ସହାୟତାରେ ଚିକିଟୀ ମେଡିକାଲ ଆଣିବା ପରେ ଡାକ୍ତର ତlଙ୍କୁ ମୃତୁ ଘୋଷଣା କରିଥିଲେ ଘଟଣା ସ୍ଥଳରେ ଚିକିଟୀ ଫାଣ୍ଡି ଅଧିକାରୀ ସୁମନ ମଲିକ ପହଞ୍ଚି ଦୁଇଟି ଗାଡିକୁ ଜବତ କରି ମୃତ ବ୍ୟକ୍ତିଙ୍କ ବ୍ୟବେଛେଦ ନିମନ୍ତେ ପଠାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ