ମା ଗଜଲକ୍ଷ୍ମୀଙ୍କ ପୂଜା ଷଷ୍ଠ ଦିନରେ : ଆଳତି ଦର୍ଶନକଲେ ଗଞ୍ଜାମ ଜିଲ୍ଲାପାଳ, ଏସପି ଓ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଆସୁଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ଆଳତୀ ଦର୍ଶନ ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଏହାର ଷଷ୍ଠ ଦିନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଏସପି ଜଗମୋହନ ମିନା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ,କାଉନସିଲର ଦେବାଶିଷ ମିଶ୍ର, ଶିକ୍ଷକ ନେତା ରବି ନାରାୟଣ ବେହେରା,ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାଁହୁ ଚରଣ ବେହେରା ଙ୍କ ସମେତ ପାଞ୍ଚଶହ ରୁ ଉର୍ଧ୍ଵ ମହିଳା ମାନେ ମାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରି ପୂଜା ଅର୍ଚନା କରିଥିଲେ । ସୂଚନା ଥାଉ କି, ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମାଙ୍କ ପୂଜା କମିଟି ପକ୍ଷରୁ ବହୁ ଯାକଜକମ ରେ କରାଯାଉଛି, ମାଙ୍କ ଏହି ପୂଜା ନଭେମ୍ବର ୩ ତାରିଖରେ ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼. ସରୋଜ କୁମାର ଶତପଥିଙ୍କ ପୌରହିତରେ ସୂର୍ଯ୍ୟପୂଜା ଏବଂ ହୋମ ଅନୁଷ୍ଠିତହୋଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ସନ୍ତୋଷ ଚୌଧୁରୀ,ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରାଙ୍କ ସମେତ ପୂଜା କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ l