ଆମ ଓଡ଼ିଶା ନବୀନ ଓଡ଼ିଶା ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଏଗାର ଘଣ୍ଟା ତିରିଶି ମିନଟ୍ ସମୟରେ ଭିଡ଼ିଓ କନ୍ଫେରେସିଂଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଆମ ଓଡ଼ିଶା ନବୀନ ଓଡ଼ିଶାକୁ ସମ୍ବୋଧିତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା ଏବଂ ମାଆ ବ୍ରାହ୍ମଣୀ ଦେବୀ ମନ୍ଦିର ପାଇଁ ଏକ କୋଟି ଦଶ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ I ଏହା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ବେଲଗୁଣ୍ଠାର ଅଠରଟି ପଂଚାୟତର ୨୩୪ଟି ପ୍ରକଳ୍ପ ପାଇଁ ପ୍ରତି ପଂଚାୟତକୁ ୫୦, ଲକ୍ଷ ଲେଖାଏଁ ମୋଟ ନଅ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ I ଏହା ସହ ଅଧପନ୍ତରିଆ ହୋଇ ପଡ଼ି ରହିଥିବା ପ୍ରକଳ୍ପ ଗୁଡ଼ିକ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ୧୮ଟି ପଂଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୪୦୦୦ ରୁ ଊର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ I ଏହି ଅବସରରେ ବେଲଗୁଣ୍ଠା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟଗତ କାରଣରୁ ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅନୁପସ୍ଥିତିରେ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂଗ୍ ସରପଞ୍ଚ ରାମେଶ୍ଵର ପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏଡିଏମ୍ ଦେବବ୍ରତ ସାହୁ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ତହସିଲଦାର କଳାକୃଷ୍ଣ ପ୍ରଧାନ,କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କ ସମେତ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଉପନଗରପାଳ ଟି ବବିତା କୁମାରୀ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ,ସରପଞ୍ଚ ସୁପ୍ରଭା ଗୌଡ଼,ଜୟରାମ ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ମମତା ଭୋଳ, ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶଙ୍କ ସମେତ ବହୁ ସରପଞ୍ଚ,ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ I ଆଜି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନିଜ ବକ୍ତବ୍ୟ ଆରମ୍ଭ କରିବା ପରେ ମାଆ ମାନଙ୍କର ଜୟ ଜଗନ୍ନାଥ ଧ୍ୱନି ଏବଂ ହୁଳହୁଳି ଶବ୍ଦରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା I


