ଶିକ୍ଷକ ଅଭାବରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଶିକ୍ଷକ ଅଭାବରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏହିଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ଶିକ୍ଷା ବିଭାଗ ଅନ୍ତର୍ଗତ ଆଗିରିଆ ନୋଡାଲ ଉପ୍ରା ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୭୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୮ଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ଗତ ଅଗଷ୍ଟ ମାସରୁ ଜଣେ ଶିକ୍ଷକ ଙ୍କୁ ଡେପୁଟେସନ ରେ ଘେନି ଆସିଥିଲେ କର୍ତ୍ତୃପକ୍ଷ। ୪ମାସ ବିତିଯାଇଥିଲେ ମଧ୍ୟ ଅଧିକ ଶିକ୍ଷକ ନିଯୁକ୍ତି ନ ହେବାରୁ ଆଜି ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ସମ୍ମୁଖରେ ଧାରଣା ରେ ବସିଥିଲେ। ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଟେଲିଫୋନ ମାଧ୍ୟମରେ ସ୍କୁଲ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ୭ଦିନ ଭିତରେ ଶିକ୍ଷକ ନିଯୁକ୍ତି ନେଇ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବାପରେ ଅପରାହ୍ନରେ ଧାରଣା ହଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ