ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଲଣ୍ଡାବାଉଁଶ ଓ ଭିକାରିପଲ୍ଲୀ ମିଳିତ ଶାଖା ସମ୍ମିଳନୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମ କାଳୀ ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲଣ୍ଡାବାଉଁଶ ଓ ଭିକାରିପଲ୍ଲୀ ମିଳିତ ଶାଖା ସମ୍ମିଳନୀ ହୃଷି ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ବର୍ଷିୟାନ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ଭୀମ ସୁବୁଦ୍ଧିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକି ପାଳନ କରାଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଅଖିଳ ଭାରତ ଯୁବ ସଂଘର ଜିଲ୍ଲା ସମ୍ପାଦକ କାମଦେବ ନାହାକ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ. ଜନାର୍ଦ୍ଦନ ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ସୁଦର୍ଶନ ଗୌଡ, ରବିନ୍ଦ୍ର ମହାପାତ୍ର, ଏନ୍. ମୁନା ପାତ୍ର, ସରୋଜ କୁମାର ଷଡଙ୍ଗୀ, ଯୁବ ସଂଘର ଚମାଖଣ୍ଡି ଜୋନ ସଭାପତି ଡଃ ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଭୀମ ମୁଦୁଲି, ଭିକାରୀପଲ୍ଲୀ ନାଏବ ସରପଞ୍ଚ ବି.ନାଗେଶ୍ୱର ପାତ୍ର , ବିଜୁଳି ପାତ୍ର, ସଂଜୟ ଗୈାଡ, ସନ୍ତୋଷ ଗୈାଡ, ଲିଙ୍ଗରାଜ ଗୈାଡ , ଆଦିକନ୍ଦ ପାତ୍ର, ସୌରୀ ସୁବୁଦ୍ଧି ଙ୍କ ସମେତ ବହୁ ଆଗ ଧାଡିର ନେତା ଓ କର୍ମୀ ମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନିତୀ ବିରୁଦ୍ଧରେ ବର୍ଷୀଥିଲେ । ଆଗାମୀ ଦିନରେ ଦଳକୁ କିପରି ମଜବୁତ୍ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯିବା ସହ ସମସ୍ତ ବର୍ଗର ଜନ ସାଧାରଣଙ୍କ ହିତ ନିମନ୍ତେ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ପ୍ରାରମ୍ଭରେ ଦଳୀୟ ପତାକାକୁ ସୋମନାଥ ମହାରଣା ଉତ୍ତୋଳନ କରିଥିବା ବେଳେ ସମ୍ମିଳନୀକୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦଘାଟନ କରିଥିଲେ । ଏହା ସହିତ ସ୍ୱର୍ଗତ ଭୀମ ସୁବୁଦ୍ଧିଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭିକାରିପଲ୍ଲୀ ଶାଖାର ସମ୍ପାଦକ ଭାବେ ସୁଦର୍ଶନ ଗୌଡ, ସହ -ସମ୍ପାଦକ ଭାବେ କେ. ପୁରୁଷୋତ୍ତମ ପାତ୍ର ଓ ଲିଙ୍ଗରାଜ ଗୌଡଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ଲଣ୍ଡାବାଉଁଶ ଶାଖାର ସମ୍ପାଦକ ଭାବେ ରବିନ୍ଦ୍ର ମହାପାତ୍ର , ସହ -ସମ୍ପାଦକ ଭାବେ ଆଦିକନ୍ଦ ପାତ୍ର ଓ ଭଞ୍ଜ କିଶୋର ନାହାକଙ୍କୁ ଚୟନ କରାଯାଇଥିଲା । ଶେଷରେ ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।


