ବିଜ୍ଞାନମହାବିଦ୍ୟାଳୟ ରେ ଜାତୀୟ ପାଠ ଚକ୍ର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଆଇ କ୍ୟୁ ଏ ସି ଏବଂ ରସାୟନ ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଜାତୀୟ ପାଠଚକ୍ର ଆୟୋଜିତ ହୋଇ ଯାଇଛି | ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ | ଏହି ଅବସରରେ ଆଇ ଆଇ ଟି, ମାଡ୍ରାସର ପ୍ରଫେସର ଅଶୋକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ | ଜୈନ ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପକ ଡ଼ଃ ଶୁଭଙ୍କର ବୋଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅର୍ଗାନିକ ସିଂଥେସିସରେ ବୋରୋନର ଭୂମିକା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବିଷଦ ଭାବରେ ଅବଗତ କରାଇଥିଲେ| କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପଞ୍ଜାବର ସହକାରୀ ପ୍ରାଧ୍ୟାପକ ଡ଼ଃ ରାଜେନ୍ଦ୍ର ସିଂ ଧାୟଲ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ନାନୋଟେକ୍ନୋଲୋଜିରେ ଉଚ୍ଚତର ଗବେଷଣା ଦିଗରେ ପିଲାମାନଙ୍କୁ ବୁଝାଇ ଥିଲେ | ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଯଥା ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟ, ଖଲ୍ଲିକୋଟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ବିମଳ ପ୍ରସାଦ ସାହୁ, ସରସ୍ବତୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁବ୍ରତ ପାଣିଗ୍ରାହୀ, ସହକାରୀ ଅଧ୍ୟାପକ ଡ଼ଃ ଅନାଦି ସିଂହ ମହାପାତ୍ର, ନିଷ୍ଟ, ବ୍ରହ୍ମପୁରର ସହଯୋଗୀ ଅଧ୍ୟାପକ ଡ଼ଃ ମାନବେନ୍ଦ୍ର ପାତ୍ର, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ସହକାରୀ ଅଧ୍ୟାପିକା ଡ଼ଃ ବନଲତା ସାହୁ, ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟର ଡ଼ଃ ସୁରଜ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରସାୟନ ବିଭାଗର ସହକାରୀ ଅଧ୍ୟାପକ ଡଃ ସତ୍ୟନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ | ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ମହାବିଦ୍ୟାଳୟର ଆଇ କ୍ୟୁ ଏ ସି ସେଲର ସଂଯୋଜକ ଡ଼ଃ ଲକ୍ଷ୍ମୀ ନାରାୟଣ ସାହୁ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ | ବିଭାଗର ଅଧ୍ୟାପକ ଡ଼ଃ ବିଷ୍ଣୁ ପ୍ରସାଦ କର ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ବିଭାଗର ଅନ୍ୟାନ୍ୟ ସହକର୍ମୀମାନଙ୍କ ମଧ୍ଯରେ ଡଃ ସୁଜାତା ମଲ୍ଲିକ, ଡ଼ଃ ତରୁଣ କୁମାର ସାହୁ, ସ୍ନିଗ୍ଧା ରାଣୀ କର, ଆଶିଷ ଦାସ, ରଘୁନାଥ ରେଡ୍ଡୀ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିବାରେ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ | ଏହି ଅବସରରେ ରସାୟନ ବିଭାଗର ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ଅନୁପ୍ରାଣିତ ହୋଇଥିଲେ | ପରିଶେଷରେ ଡ଼ଃ ତରୁଣ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ