ଜେଏମଆଇ ମାମଲାରେ ଶୁଣାଣୀ କରିବେନି ସୁପ୍ରିମ କୋର୍ଟ !

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ନାଗରିକ ସଂଶୋଧନ ଆଇନକୁ ବିରୋଦ୍ଧ କରି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ତଥା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା ମାମଲାରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବେନାହିଁ ବୋଲି ମଙ୍ଗଳବାର ସ୍ପଷ୍ଟ କରିଦେଇଛନ୍ତି । ଏହା ସହ ସୁପ୍ରିମକୋର୍ଟ ଆବେଦନକାରୀମାନଙ୍କୁ ହାଇକୋର୍ଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ବିଭିନ୍ନ ସ୍ଥାନରେ ଏଭଳି ହିଂସା କାଣ୍ଡ ଘଟୁଥିବାରୁ ସମସ୍ତ ମାମଲାର ଶୁଣାଣୀ କରିବା ସମ୍ଭବପର ନୁହେଁ । ତା ସହ ସୁପ୍ରିମକୋର୍ଟ ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ମନା କରିଦେଇଛନ୍ତି । ଜାମିଆ ଓ ଆଲିଗଡ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସର ଆକ୍ରମଣକୁ ନେଇ ବରିଷ୍ଠ ଓକିଲ ଇନ୍ଦରା ଜୟସିଂ କହିଛନ୍ତି , ଏହା ଏକାଧିକ ରାଜ୍ୟର ମାମଲା ହୋଇଥିବାରୁ ଏସଆଇଟି ତଦନ୍ତ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ