ସିଏବିକୁ ବିରୋଦ୍ଧ କରି ପୁଣି ତାତିଲେ ଜନତା

ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ନାଗରିକ ସଂଶୋଧନ ଆଇନକୁ ବିରୋଦ୍ଧ କରି ବୁଧବାର ସାଲିନପୁରରେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ଜାମିଆରେ ପୋଲିସ ଆକ୍ରମଣକୁ ବିରୋଦ୍ଧ କରି ଉତ୍ତରପୁର୍ବ ଦିଲ୍ଲୀର ଜାଫ୍ରାବାଦରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ପ୍ରାୟ ଅଧ ଘଣ୍ଟା ଧରି ଏହି ଆଇନ ବିରୁଦ୍ଧରେ ନାରାବାଜି କରିଥିଲେ । ଏହାପରେ ପରେ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ କରିବା ସହ ଗାଡି ମୋଟର ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏମାନଙ୍କୁ ରୋକିବା ପାଇଁ ପୋଲିସ ଯାଇଥିବାବେଳେ ହଠାତ ପୋଲିସ ଉପରେ ପଥର ମାଡ କରିବା ସହ ଯୁଦ୍ଧ ପରିସ୍ଥିତ ସୃଷ୍ଟି କରିଥିଲେ । ଫଳରେ ପୋଲିସ ଆନ୍ଦୋଳନ କାରିମାନଙ୍କୁ ରୋକିବା ପାଇଁ ଟିୟର ଗ୍ୟାସ ଓ ଲାଠି ଚାର୍ଜ କରିଥିବା ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ