କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା

ବିଜନୋର : ଉତ୍ତର ପ୍ରଦେଶ ବିଜ୍‌ନୋର କୋର୍ଟ ର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି ।ବିଏସ୍ପି ନେତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ହତ୍ୟା କରାଯାଇଛି । କୋର୍ଟରେ ଶୁଣାଣି ଚାଲିଥିବା ସମୟରେ ଚିପ୍ ଜୁଡିସିଆଲ୍ ମାଜିଷ୍ଟେଟ୍ ବିଚାର ଚାଲିଥିବା ବେଳେ ଏହି ପୂର୍ବରୁ ଶତ୍ରୁତା ଥିବା ଯୁବକ ମାନେ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ । ଗୁଳିମାଡରେ ଜଣେ ସିଜେଏମ୍ ଯୋଗେଶ କୁମାର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଜଣେ କନ୍‌ଷ୍ଟେବଲ ଏଥିରେ ଆହତ ହୋଇଛନ୍ତି। ହତ୍ୟା ଅଭିଯୁକ୍ତ ଶାହସୱାଜ୍ ଜବ୍ବର ଅହମ୍ମଦର ସହଯୋଗୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ହତ୍ୟାକାଣ୍ଡ ଘଟାଇ ଥିବା ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିବା ପୋଲିସ ସଫଳ ହୋଇଥିବା ବେଳେ କୋର୍ଟ ପରିସରରେ ଏଭଳି ଘଟଣା ଘଟିବା ପରିତାପର ବିଷୟ । ଏହା ସହ ଅନସାରୀଙ୍କ ପୁଅ ସାହିଲଙ୍କ ବାପଙ୍କ ପ୍ରତିଶୋଧ ନେବା ପାଇଁ ଏହି ହତ୍ୟୃ କରିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ