ଗ୍ରାସୀମ ଇଣ୍ଡଷ୍ଟିଜ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) :ଗଂଜାମ ସହର ସ୍ଥିତ ସ୍ୱରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଗ୍ରାସୀମ ଇଣ୍ଡଷ୍ଟିଜି ତରଫରୁ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଗ୍ରାସୀମ ଇଣ୍ଡଷ୍ଟିଜ ର ୟୁନିଟ ମୁଖ୍ୟ ଶଶାଙ୍କ ଶେଖର ପାରିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାସୀମର ହେଚ.ଆର କେ.ଜି.ଜ୍ଞାନିରୀୱାଲ, ବିକାଶ ମାହେଶ୍ୱରୀ, ସି.ଏସ.ଆର -ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ପ୍ରବୀଣ ଦାସ, ପୂର୍ବା ଫାଉଣ୍ଡେସନ ର ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ, ଗିରିଷ କୁମାର ଆଚାର୍ୟ୍ୟ, କୋଷାଧକ୍ଷ ବିଶ୍ୱନାଥ ସାମନ୍ତରା, ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ବ୍ରହ୍ମପୁର ଏମ,.କେ.ସି.ଜି ମେଡିକାଲ ଭେଷଜ ବିଭାଗର ଡାକ୍ତର ଧବଳେସ୍ୱର ମେହେର, ରାକେଶ ଯେନା, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରିନା ମେହେର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶାନ୍ତି ପ୍ରିୟା ମୁର୍ମୁ, ପ୍ରମୁଖ ଯୋଗଦେଇ ଲୋକ ଙ୍କ ଚିକିତ୍ସା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ନଅଶହ ପଞ୍ଚାଅସି ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାକୁ ଗ୍ରାସୀମ ର ସିଏସ ଆର ଅଧିକାରୀ ସୁଶାନ୍ତ କୁମାର ଦାଶ ପରିଚାଳନା କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିଲେ ।