ଯୋଡା ପୌରପାଳିକାଠାରେ ମୋ ସରକାର ଯୋଜନାର ଅଭିଯୋଗ ପ୍ରକୋଷ୍ଠ  ଉଦଘାଟନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ପୌରପାଳିକାଠାରେ  ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାର ଅଭିଯୋଗ ପ୍ରକୋଷ୍ଠ  ଉଦଘାଟିତ ହୋଇଯାଇଛି  ା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି ଅଭିଯୋଗ ପ୍ରକୋଷ୍ଠ କୁ ଉଦଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ହୋଇଥିବା ଅଭିଯୋଗ ପ୍ରକୋଷ୍ଠରେ ସରକାରଙ୍କ ବିଭିନ୍ନ  ଯୋଜାନ ସମ୍ପର୍କରେ ଜନସାଧାରଣମାନେ ସମ୍ପୂର୍ଣ୍ଣ ଅବଗତ ହୋଇପାରିବେ ଏବଂ ସେମାନଙ୍କର  ବିଭିନ୍ନ  ଅଭିଯୋଗ ଏହି ପ୍ରକୋଷ୍ଠରେ କରିପାରିବେ । ଶାସନ ବ୍ୟବସ୍ଥାକୁ ଲୋକ କୈନ୍ଦ୍ରିକ କରିବା, ସରରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦାସହ ସେବା ଯୋଗାଇଦେବା, ସରକାରୀ କାର୍ଯ୍ୟାଳୟରେ ଉତମ ବ୍ୟବହାର ଓ ବୃତିଗତ ଆଚରଣକୁ ପ୍ରୋତ୍ସାହିତ କରିବା ପ୍ରଭୃତି ମୋ ସରକାର  ଲକ୍ଷ ବୋଲି ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଡା ପୌରପାଳିକାର କର୍ମଚାରୀ ସୁବୋଧ ତ୍ରୀପାଠୀ, ସୁପ୍ରଭା ପାଣିଗ୍ରାହୀ, ତ୍ରୀବେଣୀ ସାହୁ, କଳାକାର ସା, ଶୁଧାଶୁଂ ଜେନା, ଆଶିଷ ମହାନ୍ତି, ବାଦଲ ସିଂ, ମୋହନ ବାରିକ, ଦୋଳଗୋବିନ୍ଦ ସାହୁ, ରାମଚନ୍ଦ୍ର ପାତ୍ର ଓ ମଦନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ