ଅଁଳା ନବମୀରେ ଅଁଳା ବୃକ୍ଷ ରୋପଣ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ସ୍ଥିତ ବଟେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ତିଥିରେ ଔଷଧୀୟ ତଥା ପୂଜନୀୟ ଅଁଳା ବୃକ୍ଷରୋପଣ କରାଯାଇଛି। ପରିବେଶ ସୁରକ୍ଷା ତଥା ଧାର୍ମିକ ବାତାବରଣ ସୃଷ୍ଟି କରିବା ସହିତ ମନ୍ଦିର ପରିସରରେ ବୃକ୍ଷରୋପଣ କରିବା ମୂଳ ଲକ୍ଷ ନେଇ ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଇଥିଲା। ଶୋଭା ଫାଉଣ୍ଡେସନ ର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ, ମନ୍ଦିର ପରିଚାଳନା କମିଟି ସଦସ୍ୟ ମଙ୍ଗୁଳି ପାଢ଼ୀ, ଚିନ୍ମୟ ମହାରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।


