ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ସଚ୍ଚିନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ନୋଡାଲ ଅଫିସର ଅଧ୍ୟାପକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦାନକରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ସୁଫଳ ମିଳିପାରିବ। ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବର୍ତ୍ତିନୀ ସରପଞ୍ଚ ସଂଜୁଲତା ଡାକୁଆ, ସମିତି ସଭ୍ୟ ସୁଜ୍ଞାନୀ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଓ ବିକ୍ରମ କୁମାର ନାୟକ ଯୋଗଦେଇ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଉପରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ମନୋଜ କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଶେଷରେ ପଦାର୍ଥ ବିଜ୍ଞାନ ଡେମୋଷ୍ଟେଟର ସୁମନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମହାରଣା, କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଗୈାଡଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ