ବୌଦ୍ଧପୀଠ ଅଗୀ ମଠ ଅବହେଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ସୁହାଗପୁର ମୌଜା ରେ ଥିବା ବୌଦ୍ଧ ପୀଠ ଅଗୀ ମଠ ଲୋକ ଲୋଚନ ର ଆଢ଼ୁଆଳରେ ରହି ଅବହେଳିତ ହୋଇପଡ଼ିଛି। ପୀଠ ଠାରେ ଶ୍ରୀ ଜଗନ୍ନାଥ ପୂଜା ପାଉଥିବା ବେଳେ ଏଠାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ ବୋଲି କହିଛନ୍ତି ପୀଠ ର ପୂଜକ ନିଭରଣ ଗ୍ରାମ ର ମୁକୁନ୍ଦ ଦିକ୍ଷୀତ। ପ୍ରାଚୀ ଗବେଷକ ନିପାନିଆଁଗଡ଼ ଗ୍ରାମ ର ହାଡ଼ିବନ୍ଧୁ ବିଶ୍ବାଳ କୁହନ୍ତି ଯେ, ଏହି ପୀଠ ଟି ପ୍ରାଚୀ ନଦୀ ର ପୂର୍ବ ଦିଗରେ ରହିଥିବାବେଳେ ପ୍ରସିଦ୍ଧ ଲତା ମଠ ନଦୀ ର ପଶ୍ଚିମ ଦିଗରେ ରହିଛି। ଏହି ଦୁଇ ପୀଠ ଦୁଇଟି ପ୍ରସିଦ୍ଧ ବୌଦ୍ଧ ପୀଠ ବୋଲି ଐତିହାସିକ ଏସ ଏସ ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ବୁଦ୍ଧିଜିମ ଆଣ୍ଡ ଅଦର ରିଲିଜିଅସ କଲ୍ଟ ଅଫ ସାଉଥ ଇଷ୍ଟ ଇଣ୍ଡିଆ ରେ ପ୍ରକାଶ କରିଛନ୍ତି। ଏହି ମଠ ଟି ଅତୀତ ରେ ଗୋଟେ ବୌଦ୍ଧବିହାର ଥିଲା ଓ ଏଠାରେ ବୌଦ୍ଧଧର୍ମ ଶିକ୍ଷା ପ୍ରଦାନ କରାଯାଉଥିଲା। ବୌଦ୍ଧ ଧର୍ମାବଲମ୍ବୀ ମାନେ ଆଖ ପାଖ ଗାଁ ବୁଲି ଭିକ୍ଷା ସଂଗ୍ରହ କରି ମଠ କୁ ଆସି ଯୋଗାତ୍ମକ,ବେଦାତ୍ମକ, ନାଗାତ୍ମକ ବିଦ୍ୟା ସମ୍ପର୍କ ରେ ଶିକ୍ଷା ଗ୍ରହଣ କରୁଥିଲେ। ଏହି ମଠ ରେ ପାତାଳ ଫୁଟି ଶ୍ରୀ ଗଣେଶ ହାତୀ ଶୁଣ୍ଢ ରୂପରେ ପୂଜା ପାଉଥିବାବେଳେ ଚକ୍ର ନାରାୟଣ ଆଉ ଏକ ମନ୍ଦିର ରେ ମାଟି ତଳେ ପୂଜା ପାଉଥିବା ଦେଖିବାକୁ ମିଳିଥାଏ। ଏହି ମଠ ରେ ଦୋଳଉତ୍ସବ,ରାଧାଷ୍ଟମୀ,ଜନ୍ମାଷ୍ଟମୀ, ପଞ୍ଚରାସ ପ୍ରଭୃତି ପର୍ବ ପାଳନ କରାଯାଉଥିବାବେଳେ ତ୍ରିବେଣୀ ଅମାବାସ୍ୟା ତିଥି ରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ଯାହା ସମଗ୍ର ନିର୍ବାଚନମଣ୍ଡଳୀ ର ସର୍ବ ପ୍ରଥମ ଅଷ୍ଟପ୍ରହର ନାମଯଜ୍ଞ ର ମାନ୍ୟତା ପାଇଛି।ବିଭିନ୍ନ ସମୟ ରେ ଆଖ ପାଖ ଗାଁ ର ବହୁ ଭକ୍ତ ଏଠାରେ ନବଜାତକ ପାଇଁ ପୂଜା ଓ ଭୋଜି , ବିବାହ ନିର୍ବନ୍ଧ ଭୋଜି ମାନ ଆୟୋଜନ କରିଥାନ୍ତି। ପୀଠ ନିକଟରେ ବହୁ ଉଚ୍ଚ ଉଚ୍ଚ ମାଟି କୁଦ ମାନ ଦେଖିବାକୁ ମିଳିଥାଏ। ସେହି ମାଟି କୁଦ ଗୁଡ଼ିକ ବୌଦ୍ଧ ସ୍ତୁପ ବୋଲି ଲୋକକଥା ରହିଛି। ପୂଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଏହି ମଠ ଟି ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦାସୀନତା କାରଣରୁ ଲୋକଲୋଚନ ର ଆଢ଼ୁଆଳରେ ରହିଛି।ମଠ କୁ ସବୁଦିନିଆ ରାସ୍ତା ନଥିବାବେଳେ ଯାତ୍ରୀ ଭକ୍ତ ମାନଙ୍କ