ଜୀବନ ଜିତିଲା, ରାଇରଙ୍ଗପୁର ର ରାଜୁ ନାଏକ ଫେରି ପାଇଲା ନୂତନ ଜୀବନ

ମୟୂରଭଞ୍ଜ, (ଅକ୍ଷୟ କୁମାର ବିଶ୍ୱାଳ):ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ଶ୍ରମିକମାନେ ୧୭ ଦିନ ପରେ ଆଜି ରାତି୮.୪୨ ରେ ଉଦ୍ଧାର ହୋଇଛନ୍ତି ।।୪୧ ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଝରାଡିହି ପଞ୍ଚାୟତର କୁଲଡ଼ିହା ଗ୍ରାମର ମୁଚିରାମ ନାଏକଙ୍କ ପୁଅ ରାଜୁ ନାଏକ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ଟନେଲ ଟ୍ରାଜେଡି ରେ ଫଶି ଯାଇଥିଲେ । ସରକାରଙ୍କ ବ୍ୟାପକ ଉଦ୍ୟମ ଯୋଗୁଁ ବିଳମ୍ବରେ ହେଲେବି ୧୭ ଦିନ ପରେ ସମସ୍ତ ଫଶିଥିବା କର୍ମଚାରୀ , ଶ୍ରମିକମାନେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି ।ରାଜୁ ନାଏକ ସୁରକ୍ଷିତ ହେବା ଖବର ପାଇ ଓ ଟିଭିରେ ଦେଖି ତାଙ୍କ ପରିବାରର ବିପଦ ,ମାଆ,କକା ପିଣ୍ଟୁ ନାଏକ, ଅଭିମନ୍ୟୁ ନାଏକ,,ଖୁଡି,ଭାଇ ବିଜୁ ନାଏକ,ଭଉଣୀ ଦୀପା ନାଏକ, ସାଙ୍ଗସାଥୀ, ଗ୍ରାମବାସୀ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ,ଓଡ଼ିଶା ସରକାର ସମସ୍ତେ ଖୁସି ହୋଇଛନ୍ତି । ପରିବାର ଲୋକେ ନିଜ ଗାଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ।ସମଗ୍ର କୁଲଡ଼ିହା ଗ୍ରାମରେ ଖୁସିର ଲହରୀ ଛୁଟିଛି ।ରାଜୁ ନାଏକ ଘରେ ୧୭ ଦିନ ହେଲା ଚୁଲି ଜଳୁ ନ ଥିଲା ।ଆଜି ଘର ଲୋକେ ଚୁଲି ଫୁଙ୍କିଲେ ।ରାଜୁ ନାଏକ ପରିବାର ଲୋକେ କେନ୍ଦ୍ର ସରକାର, ଉତ୍ତରାଖଣ୍ଡ ସରକାର,ଆମ ରାଜ୍ୟ ସରକାର ଯେଉଁ ବଳିଷ୍ଠ ପ୍ରଚେଷ୍ଟା ଜାରି ରଖିଥିଲେ ଯାହାଫଳରେ ତାଙ୍କ ପୁଅ ରାଜୁ ସମେତ ସମସ୍ତ ୪୧ ଜଣ କାର୍ଯ୍ୟରତ ଶ୍ରମିକ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି ।ରାଜୁର ବାପା ମୋଚିରାମ ଗଣମାଧ୍ୟମ କୁ ଅତ୍ଯନ୍ତ ଭାବ ବିହ୍ୱଳ ହୋଇ କହିଛନ୍ତି ସେ ତାଙ୍କ ପୁଅକୁ ଆଉ ଦାଦନ ଖଟିବାକୁ ପଠାଇବେ ନାହିଁ । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ କିଛି କାମ ରୋଜଗାର ବ୍ୟବସ୍ଥା କଲେ ସେମାନେ କାମଧନ୍ଦା କରି ଏହି ଓଡ଼ିଶାରେ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ