ଛେଳିଗଡ଼ ପ୍ରକଳ୍ପ କ୍ଷତିଗ୍ରସ୍ତ କମିଟିର 12 ଜଣ ପ୍ରତିନିଧି ସାଂସଦ ମାନସଙ୍କୁ ଭେଟିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକରେ ନିର୍ମାଣାଧୀନ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଆଂଶିକ କ୍ଷତିଗ୍ରତ ମୌଜାର କମିଟି ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କୁ ଭେଟି ନିଜର ସମସ୍ୟା ଏବଂ ପ୍ରକଳ୍ପ କାର୍ଯ୍ୟ କିପରି ଆଗେଇବ ସେନେଇ ଆଲୋଚନା କରିଥିଲେ । ସେହିପରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୮କୋଟି ୫୦ଲକ୍ଷ ଟଙ୍କା ମିଳିଥିବା ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଏବଂ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ I କ୍ଷତିଗ୍ରତ ମୌଜାର ୧୨ ଜଣିଆ କମିଟି ସହାୟତା ରାଶି ପାଇବା ନେଇ ଆଲୋଚନା କରାଯାଇଥିଲା. ୨୦୦୬ରେ ଲାଗୁ ହୋଇଥିବା ଜମି ଅଧିଗ୍ରହଣ ରାଶି ନିୟମଓ ୨୦୧୩ ନିୟମ କିପରି ଲାଗୁହେବ ସେ ବିଷୟରେ ଜଳସେଚନ ମୁଖ୍ୟ ତଥା ଅତିରିକ୍ତ ଶାସନ ସଚିବ ପୁନଃ ବସତି ଏବଂ ଥଇଥାନ ନିର୍ଦ୍ଦେଶକ ଆଲୋକ କୁମାର କରଙ୍କ ସହଆଲୋଚନା କରିଥିଲେ। ଏହି ନିୟମ ଲାଗୁ କଲେ ଆମ ଛେଳିଗଡ଼ ଅଞ୍ଚଳବାସୀ ଉପ ହେବୁ ବୋଲି କମିଟି ପକ୍ଷରୁ କୁହାଯାଇଛି। ସାଂସଦ ଶ୍ରୀ ମଙ୍ଗରାଜ ଏହି ଏହି ଦାବିକୁ କ୍ୟାବିନେଟରେ ଉପସ୍ଥାପନ କରିବି ବୋଲିପ୍ରତିଶ୍ରୁତି ଦେଇ ଦେଇଥିଲେ I ଏହି ସାକ୍ଷାତକାରରେ ଗଜପତି ପ୍ରତି ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରା. ଉଦ ଦୟଗିରି ବ୍ଲକର ଯୁବ ସମ୍ପାଦକ ଟିକେଶ୍ଵର ମହାଙ୍କୁଡ, ଆଂଶିକ ବୁଡ଼ି ଅଞ୍ଚଳସଭାପତି ହାଡ଼ିବନ୍ଧୁ ମହାପାତ୍ର, ଉପସଭାପତି ବହୁମୂଲ୍ୟ ବର୍ଦ୍ଦନ, ସମ୍ପାଦନ ଟିକେଶ୍ଵର ମହାଙ୍କୁଡ, ସୁରଥ ନାୟକ, ଶିବ ଶଙ୍କର ଦଣ୍ଡସେନା, ବି ପ୍ରସାଦ ଆଚାରୀ, ମଥୀ ପରିଜା, ଭାଗିରଥ୍ ବିର ପ୍ରମୁଖ ଉପସ୍ଥିତ ଥିଲେ।


