ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ସମ୍ୱନ୍ୱିତ ଯୁବ ବିକାଶ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅତିଥି ଭାବେ ବେଲଗୁଣ୍ଠା ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ କାଉନସିଲ ବୃନ୍ଦ ଏବଂ ମହା ବିଦ୍ୟାଳୟର ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ସପନ କୁମାର ପ୍ରଧାନ ଓ କାଉନସିଲର ପ୍ରତିନିଧି ରଞ୍ଜିତ କୁମାର ସାମଲ, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଓ ପୋଲିସ ବନ୍ଧୁମାନେ ଯୋଗ ଦେଇଥଲେ। ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ରାଲି କରି କୋଳିସାହି, ହାଟପଦା, ଲେକଚର କଲୋନୀ, ଜଗନ୍ନାଥ ପ୍ରସାଦ ରୋଡ ଓ ବସଷ୍ଟାଣ୍ଡ ରେ ସଫେଇ କାର୍ଯ୍ୟକ୍ରମ କରିଥଲେ। ଶେଷରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସାମ୍ନାରେ ଛାତ୍ରୀ ମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଏହାକୁ ଅଧ୍ୟାପକ ଡ଼ଃ ପ୍ରଫୁଲ କୁମାର ଜେନା ପରିଚାଳନା କରିଥଲେ। ଏହି ନାଟକକୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମୀ ମାନଙ୍କ ସହିତ ଅଞ୍ଚଳର ବହୁ ଦର୍ଶକ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ