ଆମ ବ୍ୟାଙ୍କ ସେବା ଉଦଘାଟିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକର ପାଞ୍ଚ ଗୋଟି ପଞ୍ଚାୟତରେ ଆଜି ଆମ ବ୍ୟାଙ୍କ ସେବା ଉଦଘାଟିତ ହୋଇଯାଇଛି। ବ୍ଲକ ଅଧିନ ମାଳଦା ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୁମତି ସେଠୀ, ସରପଞ୍ଚ ମୀନତି ପରିଡା, ସମିତିସଭ୍ୟା ରିତାଞ୍ଜଳି ସାମଲ ଉପସ୍ଥିତ ରହିଥିଲେ। ଏଥିରେ ପଞ୍ଚାୟତ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ସେହିଭଳି ବୟାବନାପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ମିନତୀ ସାହୁ ଉପସ୍ଥିତ ଥିଲେ। ରହଣିଆ ଠାରେ ଆମ ବ୍ୟାଙ୍କ ସେବା ଉଦଘାଟନୀ କାର୍ଯ୍ୟକ୍ରମରେ ଜିପିଓ ମୀନକେତନ ବାରିକ, ଫିରଦୋଷ ଆଲାମ, ସମାଜସେବୀ ବିରେନ୍ଦ୍ର ନାୟକ, ପର୍ଶୁରାମ ମାଝୀ, ସରୋଜ କୁମାର ରାଉତରାୟ ଉପସ୍ଥିତ ରହିଥିଲେ। ସେହିଭଳି କୁରିଗାଁ ପଂଚାୟତ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ଦାସ, ସରପଞ୍ଚ ସାଧନାଞ୍ଜଳି ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ରାଜେନ୍ଦ୍ରପୁର ପଂଚାୟତ ଠାରେ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ଦୀକ୍ଷିତ, ଗୋବିନ୍ଦ ବେହେରା ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଏସଏଚଜି ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ଥିଲେ। ଅପରାହ୍ନ ୫ଟା ୧୦ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ବ୍ୟାଙ୍କ ସେବାକୁ ଉଦଘାଟନ କରିଥିଲେ। ଉକ୍ତ ବ୍ୟାଙ୍କ ସେବା ଦ୍ୱାରା ଜନସାଧାରଣ ମାନେ ୧୫ଗୋଟି ସୁବିଧା ପାଇପାରିବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ