ଢେଙ୍କା ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଢେଙ୍କା ହାଇସ୍କୁଲ ପରିସରରେ ହାଟଡ଼ିହି ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାକୁ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମେଳା ରେ ମୋଟ୮୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଢେଙ୍କା ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନ ସିଂ ମୁର୍ମୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନ ସମାରୋହରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ, ଗଣିତ ଓ ପରିବେଶ ମେଳାର ମହତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ହାଟଡ଼ିହି ବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ପ୍ରମୋଦ କୁମାର ନାୟକ, ଢେଙ୍କା ପଞ୍ଚାୟତ ର ସରପଞ୍ଚ ସୁବାସିନୀ ସେଠୀ, ସମିତି ସଭ୍ୟା ସୁକାନ୍ତି ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ମନସ୍କ ହେବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ ମେଳା ସଂଯୋଜନା କରିଥିବା ବେଳେ ତପନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଢେଙ୍କା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ସି.ଆର.ସି.ସି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇପଯୁକ୍ତ ପରିଚାଳନା ଅଭାବରୁ ଅନେକ ହାଇସ୍କୁଲ ସମେତ ଅନେକ ଛାତ୍ରଛାତ୍ରୀ ମେଳାରେ ଭାଗ ନେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।


