ଏଡ଼ସ ଦିବସ ଅବସରରେ ସଚେତନତା ହିଁ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ଅଧ୍ୟକ୍ଷ ଉମେଶ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଯାଇଛି । ଓଡ଼ିଆ ଅଧ୍ୟାପକ ଯୁବ ରେଡକ୍ରସ ପରାମର୍ଶ ଦାତା ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବ ରେ ଏହି ଦିବସ ପାଳନର ଯଥାର୍ଥତା ସଚେତନତା ହିଁ ସୁରକ୍ଷା ଏଡସରୁ ରକ୍ଷା ସମ୍ପକରେ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନଙ୍କୁ ଅବଗତ କରାଇବା ସହ ଏଡସ ପରି ରୋଗରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇ ଥିଲେ । ଏହି ବିଶ୍ବ ଏଡସ ଦିବସ ପାଳନ ଅବସରରେ ରେ ଇଂରାଜୀ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ପୃଷ୍ଟି ଗଣିତ ଅଧ୍ୟାପକ ସଞ୍ଜତ କୁମାର କର ପ୍ରାଣି ବିଞ୍ଜାନ ଅଧ୍ୟାପକ ଯଯାତି କେଶରୀ ମହାନ୍ତ ରାସାୟନ ବିଞ୍ଜାନ ଅଧ୍ୟାପକ ଶୁଭ୍ରାଂଶୁ ତ୍ରିପାଠୀ ଗୃହ ବିଞ୍ଜାନ ଅଧ୍ୟାପିକା ଶୁଭଶ୍ରୀ ଶ୍ଵେତପଦ୍ମା ସଂସ୍କୃତ ଅଧ୍ୟାପିକା ଦିବ୍ଯଶ୍ରୀ ବାରିକ ରାଜନୀତି ବିଜ୍ଞାନ ଅଧ୍ୟାପିକା ରିମା ସେଠୀ ଇଂରାଜୀ ଅଧ୍ୟାପିକା ପ୍ରୀୟଙ୍କା ପାତ୍ର ଉଦ୍ଭିଦ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ ପଦାର୍ଥ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ସ୍ମିତାମୟୀ ମହାନ୍ତ ଛାତ୍ରୀମାନଙ୍କୁ ସୁରକ୍ଷିତ ପାଇଁ ପରାମର୍ଶ ଦେଇଥିଲେ । ଏହି ଦିବସରେ ଏକ ସଚେତନତା ଶୋଭାଯାତ୍ରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ସ୍ଥାନୀୟ ଅଙ୍କୁରା ଛକ ଟେଣ୍ଟୋପଷି ହୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଫେରିଥିଲା । ଉକ୍ତ ଶୋଭାଯାତ୍ରାରେ ଛାତ୍ରୀମାନେ ବିଭିନ୍ନ ସଚେତନତା ସ୍ଲୋଗାନ ଓ ପ୍ଲାକାର୍ଡ ସାହାଯ୍ଯରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପାଳନ କରିବା ପାଇଁ ଖେଳ ଶିକ୍ଷୟିତ୍ରୀ ସେହନାଜ ବେଗମ ଡି.ଇ.ଓ. ମହେଶ୍ବର ମହାନ୍ତ ଓ ଭୀମସେନ ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ