ବେଆଇନ କାଠ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵାଲିପୋଖରୀ ନିକଟରୁ ବେଆଇନ ଭାବେ କଟା ହୋଇଥିବା ବିପୁଳ ପରିମାଣର କାଠକୁ ଆଜି ଜଙ୍ଗଲ ବିଭାଗ ଯଵତ କରିଛି। ମିଳିଥିବା ସୂଚନା ମୁତାବକ ଗତ ଜୁନ ମାସରେ ଵାଲିପୋଖରୀ ନିକଟ ମହାପୋଖରୀ ଠାରେ ବେଆଇନ ଭାବେ ପୋଖରୀ ଖନନ ହୋଇଥିଲା।ଏଥିପାଇଁ ବିଧିବଦ୍ଧ ଭାବେ କୈାଣସି ସରକାରୀ ଅନୁମୋଦନ ହୋଇ ନଥିବା ବେଳେ ପୋଖରୀ ଖନନ ପାଇଁଁ ଉକ୍ତ ସ୍ଥାନଟି ବେଆଇନ ଭାବେ ଚୟନ କରାଯାଇଥିଲା। ଏପରିକି ନୂତନ ପୋଖରୀ ପାଇଁଁ ପ୍ରାୟ ଅଠର ଗୋଟି ବୃହତ ଗଛ ମଧ୍ୟ କଟାଯାଇଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ପୋଖରୀ ଖନନ କାର୍ଯ୍ୟ ମଧ୍ୟ ବନ୍ଦ ରହିଥିଲା। ଏପରି ସ୍ଥଳେ ଆଜି ଜନୈକ ବ୍ୟକ୍ତି କଟା ହୋଇଥିବା ଗଛକୁ ନେଵା ପାଇଁଁ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। କଥା ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟକୁ ଆସି ଥିବା ବେଳେ କାଠ ଜବତ ପାଇଁଁ ଗ୍ରାମବାସୀ ଦାବି ଜଣାଇଥିଲେ। ତଦ ଅନୁସାରେ ଧାମନଗର ବନାଞ୍ଚଳ ଅଧିକାରୀ କୁଶ ଚରଣ ସିଂ ଙ୍କ ନିର୍ଦେଶ କ୍ରମେ କାଠ ଜବତ୍ ହୋଇଛି। ଘଟଣାସ୍ଥଳରେ ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ , ମଧୁସ୍ମିତା ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପହଞ୍ଚି କଟା ଯାଇଥିବା କାଠକୁ ଜବତ କରିଛନ୍ତି।


