ରାଇକିଆ ରେ ସୁସମାଚାର ଓ ପ୍ରାର୍ଥନା ମହୋତ୍ସବ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲା ରାଇକିଆ ମିଳିତ ଖ୍ରୀଷ୍ଟ ମଣ୍ଡଳୀ ତରଫରୁ ସୁସମାଚାର ଓ ପ୍ରାର୍ଥନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବାପଟିଷ୍ଟ ଚର୍ଚ୍ଚ ପରିସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପ ବାଚସ୍ପତି ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ମାନେଶର ଦିଗାଲ ଙ୍କ ଦ୍ଵାରା ପରିଚାଳିତ ପ୍ରଥମ ଅଧିବେଶନ ରେ ତାମିଲନାଡୁ ରୁ ଆସିଥିବା ରେଭରେଣ୍ଡ ଟି.ଖ୍ରୀଷ୍ଟଫର ବାକ୍ୟ ପରିବେଷଣ କରିଥିଲେ । ଏହି ଅଧିବେଶନ ଶେଷରେ ଶରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନ ରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଧନ୍ୟବାଦ ଗୀତ ପଠନ, ପ୍ରଶଂସା ଗୀତ ଗାନ, ଶାସ୍ତ୍ର ଅଧ୍ୟୟନ ଏବଂ ବାକ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ କୁ ମସେସ ଦିଗାଲ ପରିଚାଳନା କରିଥିବା ବେଳେ ଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଖ୍ରୀଷ୍ଟ ବିଶ୍ବାସୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ