ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ଏଡସ ଦିବସ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରର ପ୍ରତିଷ୍ଠିତ ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ଏବଂ ସାହିତ୍ୟ ପତ୍ରିକା ଆମ ଜ଼ିଲ୍ଲା ପରିକ୍ରମା ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାତା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ସଭାପତି ହର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ବରିଷ୍ଠ ସାମ୍ବାଦିକ ଅଶୋକ ନନ୍ଦ, ମୁଖ୍ୟବକ୍ତା ଭାବେ ପ୍ରମୋଦ ଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥିଭାବେ ଆଧାତ୍ମିକବାଦୀ ବିପିନ ବିହାରୀ ପଟ୍ଟନାୟକ ଯୋଗଦେଇଥିଲେ। ଅତିଥି ବୃନ୍ଦ ଏଡ଼ସ ରୋଗର ଉତ୍ପତ୍ତି ଓ ତାହାର ପ୍ରତିରୋଧ କିପରି କରିବାକୁ ପଡିବ ସେ ନେଇ ମନ୍ତବ୍ୟ ଦେଇଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ କବି ଶ୍ରୀଧର ମିଶ୍ର, ଶିକ୍ଷକ ସତ୍ୟବାନ ପଣ୍ଡା, ସମାଜସେବୀ ଗନ୍ଧମାର୍ଦନ ସେଠୀ, କେଦାର ନାଥ ଦାଶ, ପବିତ୍ର କୁମାର ପଣ୍ଡା, ଡ଼ି.ସନ୍ତୋଷ କୁମାର ପାତ୍ର, ବସନ୍ତ କୁମାର ବିଷୋୟୀ ଓ ସୁରେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ କବି,ସାହିତ୍ୟିକ ଓ ସମାଜସେବୀମାନେ ଉପସ୍ଥିତ ଥିଲେ l ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ