ୟୁରୋ ସ୍କୁଲ ପରିସରରେ ଗୁଣାତ୍ମକଶିକ୍ଷାଦାନ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୁଣାତ୍ମକ ଶିକ୍ଷା ସହିତ ନୂତନ ଶିକ୍ଷା ନିୟମ ଅନୁସାରେ ସି ବି ଏସ ଇ ସ୍ୱୀକୃତିପ୍ରାପ୍ତ ସ୍କୁଲ ର ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଜେଲ ରୋଡ଼ ଥିବା ୟୁରୋ କିଡ଼ସ ସ୍କୁଲ ପରିସର ଦୁଇ ଦିନିଆ ଇଂଡୁକେସନ ଟ୍ରେନିଂ କାର୍ଯ୍ୟକ୍ରମ ସ୍କୁଲ ର ମୁଖ୍ୟ ପୃଷ ପୋଷକ ସସ୍ମିତା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସି ବି ଏସ ଇ ର ନିର୍ଦେଶ କ୍ରମେ ଚଣ୍ଡୀପଦର ସ୍ଥିତ କ୍ଲୋରୋଫିଲ ସ୍କୁଲ ର ସିନିୟର ପ୍ରିନସିପାଲ ଆଲୋକ କୁମାର ମହାନ୍ତି ଓ ଭୁବନେଶ୍ୱର ଜୁପୀଟର ପ୍ଲବିକ ସ୍କୁଲ ଏକାଡେମୀ ଡାଇରେକ୍ଟର ପ୍ରଶାନ୍ତ କୁମାର ପଣ୍ଡା ପ୍ରଶିକ୍ଷକ ଭାବେ ଯୋଗ ଦେଇ ୟୁରୋ ସ୍କୁଲ ସହିତ ଜିଲ୍ଲାର ଅନ୍ୟାନ୍ୟସ୍କୁଲ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କୁ ସି ବିଏସ ଇ ପାଠ ସମ୍ବନ୍ଧରେ ବିଭିନ୍ନ ତାଲିମ ଦେଇଥିଲେ, ଶିକ୍ଷକ /ଶିକ୍ଷୟତ୍ରୀ କିପରି ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସଠିକ ଜାଣିପାରିବେ ସେ ସମ୍ପର୍କ ରେ ସେମାନେ କହିଥିଲେ, ଶିକ୍ଷକ ମାନେ ସଠିକ ଭାବେ ତାଲିମ ପ୍ରାପ୍ତ ହେଲେ ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ସମ୍ବନ୍ଧ ରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିବେ ବୋଲି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ, ଏହାଦ୍ୱାରା ଛତ୍ରପୁର ୟୁରୋ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରିବା ଉନ୍ନତି ହୋଇପାରିବ ବୋଲି ମଧ୍ୟ ସ୍କୁଲ ର ରଞ୍ଜନ ମହାପାତ୍ର କହିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରିନସିପାଲ କୁମାରୀ ତପସ୍ୱିନୀ, ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର, ଭାଇସ ପ୍ରିନସିପାଲ ସୁଧାଂଶୁ କୁମାର ଚୌଧୁରୀ ଙ୍କ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ