ବାସସ୍ଥାନ ଛାଡୁଛନ୍ତି କୁମ୍ଭୀର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସାଂପ୍ରତିକ ସମୟରେ କୁମ୍ଭୀର ମାନେ ଅଗଭୀର ସମୁଦ୍ର ଓ ଅଭ୍ୟାରଣ ଛାଡି ନଦୀ ମୁହାଣରେ ପ୍ରବେଶ କରୁଛନ୍ତି। ଏପରିକି ବାସସ୍ଥାନ ଛାଡି କିଛି କୁମ୍ଭୀର ଜନବସତି ଦେଇ ଯାଇଥିବା ନଦୀ ଗର୍ଭକୁ ଚାଲି ଆସୁଛନ୍ତି। ଯେଉଁ କାରଣ ପାଇଁଁ ମଣିଷ ସମେତ ଗୃହପାଳିତ ପଶୁ ମଧ୍ୟ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରୁଛନ୍ତି। ଯାହାର ନିଛକ ଉଦାହରଣ ଗତ ଜୁଲାଇ ୧୬ ତାରିଖ ଦିନ ବିରୂପା ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।ଏହା ଛଡ଼ା ବୈତରଣୀ, ଖରସ୍ରୋତା, ମନ୍ତେଇ ନଦୀରେ ମଧ୍ୟ ବିଭିନ୍ନ ସମୟରେ କୁମ୍ଭୀର ମାନେ ଅବାଧ ଚଳପ୍ରଚଳ କରୁଛନ୍ତି।ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି।କେଉଁ ପରିସ୍ଥିତିରେ ଭୟଙ୍କର ଜଳ ଜୀବ ବାସସ୍ଥାନ ଛାଡୁଛନ୍ତି ତାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଘଟଣା କ୍ରମକୁ ନେଇ ଭଣ୍ଡାରିପୋଖରୀ ବ୍ଲକ ୨ଫ ନମ୍ଵର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଵଦ୍ରୀ ନାରାୟଣ ରାଉତ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି।ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଅବାଧ ପ୍ରବେଶ ସମ୍ପର୍କରେ ଶ୍ରୀ ରାଉତ କମିଶନ ଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।ଏହାଛଡା ମୁଖ୍ୟ ଶାସନ ସଚିବ, ରାଜସ୍ଵ ବିପର୍ଯ୍ୟୟ କମିଶନର,ବନ୍ୟ ପ୍ରାଣୀ ସଂରକ୍ଷକ ଓ ଜଙ୍ଗଲ ବିଭାଗ ମୁଖ୍ୟ ସଚିବଙ୍କୁ କୁ ମଧ୍ୟ ଜଣାଯାଇଛି। ବାସସ୍ଥାନ ଛାଡୁଥିଵା କୁମ୍ଭୀର ମାନଙ୍କ ସମ୍ପର୍କରେ ୫,୩,୨୪ ରିଖ ସୁଦ୍ଧା ଜବାବ ଦାଖଲ ପାଇଁଁ ଜାତୀୟ ମାନବାଧିକାର କମିଶନର ମୁଖ୍ୟ ବନ ସଂରକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


