ଅର୍ଥମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତ ଗସ୍ତ କରି କୁଲାଡ ଠାରୁ ଧନଞ୍ଜୟପୁର ଗ୍ରାମକୁ ସଂଯୋଗ କରିବା ପାଇଁ ବଡ଼ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହା ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବେଳେ ଧନଞ୍ଜୟପୁର ସମେତ ଗଜାପଦର,ନଟାପଲ୍ଲୀ,କୃଷ୍ଣପଲ୍ଲୀ,ଚଣ୍ଡିପାଟଣା, ନାରାୟଣ ପାଟଣା ସମେତ ପଞ୍ଚଶାସନ ଅଞ୍ଚଳର ଲୋକଙ୍କ ଗମନା ଗମନ ସୁବିଧା ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହାପରେ ସେ କବିସମ୍ରାଟ ବିଦ୍ୟାପୀଠ ଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଶୁଭାରମ୍ଭ କରିଥିଲେ। ଏହାପରେ କୁଲାଡ଼ ପଞ୍ଚାୟତ ଗୃହ ଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଇ-ଲାଇବ୍ରେରୀକୁ ଉଦ୍ଘାଟନ କରିଥିଲେ। ଏହା ପରେ କୁଲାଡ ମୁଖ୍ୟରାସ୍ତା ନିକଟରେ ଏକ ଯାତ୍ରୀ ବିଶ୍ରାମାଗାରକୁ ଶୁଭାରମ୍ଭ କରିଥିଲେ। ଏହାପରେ କୁଲାଡ ବଡ଼ଦାଣ୍ଡରେ ଅନୁଷ୍ଠିତ ବୈଠକରେ ଶ୍ରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭାପତି ରଜେନ୍ଦ୍ର ପ୍ରସାଦ ପ୍ରଧାନ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ସରପଞ୍ଚ ଭି.ସଞ୍ଜୁକ୍ତା ରାଜୁ,ସମିତିସଭ୍ୟା ରେଣୁକା ପାତ୍ର,ସାଂସଦ ପ୍ରତିନିଧି ଦିବାକର ନାୟକ,ସଙ୍ଗଠକ ରାଜ କୁମାର ସାହୁ,ପୂର୍ବତନ ସରପଞ୍ଚ ପ୍ରକାଶ ପାଣିଗ୍ରାହୀ,ରାମହରି ପାତ୍ର,ରାଜୀବ ରାଜୁ,ବୁଲୁ ରାଜୁ,ବିଡିଓ ଶଶୀ ଭୂଷଣ ମହାପାତ୍ର,ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଇଂ ପ୍ରଦ୍ୟୁମ୍ନ କୁମାର ପଣ୍ଡା,ଆର୍ଡବ୍ଳୁଏସ୍ଏସ୍ ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ