ବାତ୍ୟା ମିଗଜୋମ୍ ପ୍ରଭାବ ରେ ଝିପିଝିପି ବର୍ଷା ଚାଷୀ ମୁଣ୍ଡରେ ଚଡକ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମିଗଜୋମ୍ ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । କରଞ୍ଜିଆ ଉପଖଣ୍ଡ ରେ ମଧ୍ୟ କୋହଲା ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । ତେବେ ବାତ୍ୟା ଯୋଗୁ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ବର୍ଷାରେ ଉଜୁଡ଼ ଯାଇଛି କ୍ଷେତ । ପଚିଲା ଫସଲ ହୋଇଛି ପ୍ରଭାବିତ । ମୁଣ୍ଡରେ ହାତ ଦେଲେଣି ଚାଷୀ । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ ବର୍ଷା ଜାରି ରହିଛି । ବିଭିନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ହେଲେ ଏନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ଅମଳ ହେବାକୁ ଥିବା ସମୟରେ ଚାଷୀ ଫସଲ ନଷ୍ଟ ହେବାକୁ ଭୟ କରିଲାଣି । ଏନେଇ କିଛି ଚାଷୀ ବିଲରୁ କାଟି ନେଉଛନ୍ତି ପାଚିଲା ଧାନ । ବର୍ଷା ଯାଗୁ ବିଲରେ ଯାହା ସବୁ ଧାନ ଥିଲା ସବୁ ଓଦା ହୋଇଗଲାଣି । ବର୍ଷା ଯୋଗୁ ବିଲରେ ପାଣି ସବୁ ଜମି ରହିଛି । ଯାହାଫଳରେ ଧାନ ନଷ୍ଟ ହେବାରେ ଲାଗିଛି । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ର ହେକ୍ଟର ହେକ୍ଟର ଚାଷ ଜମିରେ ଏହିଭଳି ସ୍ଥତି ଦେଖିବାକୁ ମିିଳିଛି । ଭଲ ଅମଳ ଆଶା ରଖିଥିବା ଚାଷୀ ବର୍ଷା ଯୋଗୁ ନଷ୍ଟ ଫସଲ ଯୋଗୁ ଯେମିତି ଚାଷୀ ମୁଣ୍ଡରେ ପଡିଛି ଚଡକ । ଆଉ ଯେଉଁ କିଛି ଫସଲ ବଳକା ବଂଚିଛି ତାକୁ ନେଇ କ୍ଷତିରେ ପଡିବ ଚାଷୀ । କିଛି ଦିନ ଏହିଭଳି ବର୍ଷା ପରିସ୍ଥିତି ରହିଲେ ଫସଲ ନଷ୍ଟ ହେବା ସହ ଚାଷୀ ମାନେ କମ୍ ଦରରେ ଫସଲ ବିକି କ୍ଷତିରେ ପଡିବେ । ଅମଳ ସମୟରେ ଅଦିନିଆ ବର୍ଷା ଯେମିତି ଚାଷୀକୂଳ ପାଇଁ ଅଭିଶାପ ପାଲଟିଛି । ଏନେଇ ଚାଷୀ ମାନଙ୍କୁ କିଛି ସାହାଯ୍ୟ ସହଯୋଗ କରାଯିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ