ଗଜପତି ଉତ୍ସବ ସ୍ମରଣିକା କମିଟିର ଚୂଡାନ୍ତ ଚୟନ ପ୍ରକ୍ରିୟା ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଉତ୍ସବ ପାଇଁ ସ୍ମରଣିକା କମିଟି ଗଠନ କରାଯାଇଛି. ଏହାର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ପ୍ରାପ୍ୟ ସମସ୍ତ ଉପାଦେୟ ଲେଖା ଗୁଡ଼ିକର ଚୁଡ଼ାନ୍ତ ଚୟନ ପ୍ରକ୍ରିୟା କରାଯାଇଥିଲା। ସୂଚନା ଓ ଲୋସଂପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ, ଡ.କଲ୍ୟାଣୀ ମିଶ୍ର, ଡ.ଭାରତୀ ପାଣିଗ୍ରାହୀ, ବିନୋଦ ଚନ୍ଦ୍ର ଜେନା,ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ପଣ୍ଡା, ଆଶlଲତା ପାଣିଗ୍ରାହୀ, ଡ.ଅଜୟ ତ୍ରିପାଠୀ, ଏବଂ ଡ. ଚନ୍ଦ୍ରଶେଖର ଦାସ, ପ୍ରଭୃତି ଉପସ୍ଥିତ ରହି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଲେଖା ଗୁଡ଼ିକ ପର୍ଯ୍ୟାୟ କ୍ରମେ ସଜଡା ଯାଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।


