ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୂଆ-ଓ ,ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅତିଥି ଭାବରେ ନିକିରାଇ ଗ୍ରାମପଞ୍ଚାୟତର ସମିତିସଭ୍ୟା ପ୍ରିୟମ୍ବଦା ଦାଶ ଓ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ଉଡାନସିଂହ ଯୋଗଦେଇ ପାଠପଢିବା ସହ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପ୍ରତିକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ହେମନ୍ତ କୁମାର ଶତପଥୀ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ ଏବଂ ସଭାକୁ ସଂଯୋଜନା କରିଥିଲେ । ନୋଡାଲ ଅଧିକାରୀ ପ୍ରଫେସର ହେମନ୍ତ କୁମାର ପରିଡା, ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ପ୍ରମୋଦ କୁମାର ରାଉତ, ପ୍ରଫେସର ଭକ୍ତବନ୍ଧୁ ଓଝା, ପ୍ରଫେସର ସଂଗ୍ରାମକେଶରୀ ମହାନ୍ତି, ସରୋଜକାନ୍ତ ଜେନାଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ସଂଗୀତ ପ୍ରତିଯୋଗିତାର ବିଚାରକ ଭାବେ ମଦନମୋହନ ଜ୍ଞାନପୀଠର ସହକାରୀ ଶିକ୍ଷକ ଓ ସଂଗୀତ ଗୁରୁ କୈଳାସ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଶେଷରେ ସାଂସ୍କୃତିକ ବିଭାଗର ଅଧିକାରୀ ପ୍ରଫେସର ଭକ୍ତବନ୍ଧୁ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ