ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ହୋଇଥିବା ନେଇ ଜଣେ ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀନୀ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସହ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ପ୍ରାର୍ଥୀନୀ ଜଣକ ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲଙ୍କ ସ୍ତ୍ରୀ କୁମୁଦିନୀ ଦିଗାଲ ବୋଲି ଜଣାପଡ଼ିଛି। ପ୍ରାର୍ଥୀନୀଙ୍କ ଅଭିଯୋଗ ଅନୁସାରେ ଫିରିଙ୍ଗିଆ ବ୍ଲକ କାଷିନୀପଦରରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଫିରିଙ୍ଗିଆ ଶିଶୁ ବିକାଶ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ୦୬/୦୮/୨୦୨୩ରେ ଏକ ଵିଜ୍ଞାପନ ପ୍ରକାଶ ପାଇଥିଲା।ବିଜ୍ଞାପନ ଅନୁସାରେ ଜିଲ୍ଲାପରିଷଙ୍କ ସ୍ତ୍ରୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଥିଲେ। ତେବେ ଚୟନ ସମୟରେ ଶିଶୁଵିକାଶ କାର୍ୟ୍ୟାଳୟ ତରଫରୁ ଅଭିଯୋଗକାରୀ ପ୍ରାର୍ଥୀ କୁମୁଦିନୀ ଦିଗାଳଙ୍କ ସମସ୍ତ କାଗଜ ପତ୍ର ଠିକ ଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଧିକ ରହିଛି । ଅନ୍ୟ ଆବେଦନକାରି ମାନଙ୍କ ଠାରୁ ତାଙ୍କର ଦଶମ ଓ ଯୁକ୍ତ ଦୁଇ ଶ୍ରେଣୀରେ ସମସ୍ତଙ୍କ ଠାରୁ ଅଧିକ ପ୍ରତିଶତ ନମ୍ବର ରହିଥିବା ସତ୍ୱେ ଆକ୍ରୋଶ ମୂଳମ ଭାବରେ ତାଙ୍କୁ ଏହି ଅଙ୍ଗନବାଡି କର୍ମୀ ପାଇଁ ଚୟନ କରାନଯାଇ ତାଙ୍କ ଠାରୁ କମ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଏହି ଅଙ୍ଗନବାଡି କର୍ମୀ ପାଇଁ ଚୟନ କରାଯାଇଥିବା କର୍ମୀ ଜଣକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ପୁନଃ ବିଚାର କରିବା ପାଇଁ ମଧ୍ୟ ପ୍ରାର୍ଥୀ ଜଣକ ବିଡ଼ିଓଙ୍କୁ ଲିଖିତ ଭାବରେ ଜଣେଇଛନ୍ତି। ଘଟଣା ବିଷୟରେ ଫିରିଙ୍ଗିଆ ବ୍ଲକରେ କାର୍ୟ୍ୟରତ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ କରିଥିବା ପ୍ରାର୍ଥୀ ଜଣକ ସମସ୍ତଙ୍କ ଠାରୁ ଅଧିକ ପ୍ରତିଶତ ମାର୍କ ରଖିଥିବା ଓ ସେ ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଥିବା ସ୍ୱୀକାର କରିଥିବା ବେଳେ ତାଙ୍କ ଠାରୁ କମ ନମ୍ବର ରଖିଥିବା ପ୍ରାର୍ଥୀ ଜଣକ ଆଗରୁ ଜଣେ ମିନି ଅଙ୍ଗନବାଡି ଭାବରେ କାର୍ୟ୍ୟ କରୁଥିବାରୁ ତାଙ୍କର ଅଭିଜ୍ଞତା ଥିବା ହେତୁ ତାଙ୍କୁ ଚୟନ କରାଯାଇଥିବା କହିଛନ୍ତି। ଅନ୍ୟପଟେ ବିଭାଗ ତରଫରୁ ଜାରି କରାଯାଇଥିବା ଵିଜ୍ଞାପନରେ ମିନି ଅଙ୍ଗନବାଡି ଭାବରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିଵା ନେଇ କୌଣସି ସୂଚନା ନଥିବା ଯୋଗୁଁ ବିଭାଗର କାର୍ୟ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଅଙ୍ଗନଵାଡି କର୍ମୀ ଚୟନରେ ବ୍ୟାପକ ଅର୍ଥ କାରବାର ହୋଇଥିବା ପ୍ରାର୍ଥୀ ଜଣକ ଅଭିଯୋଗ କରିଥିବା ବେଳେ ଏହି ଘଟଣାର ପୁନଃ ବିଚାର କରାନଗଲେ ପ୍ରାର୍ଥୀ ଜଣକ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ