ପାଟପୁର ଡିଗ୍ରୀ ମହାବିଦ୍ୟାଳୟ ରେ ନୁଆ-ଓ ସାମାଜିକ କାର୍ଯ୍ୟକ୍ରମ ର ଉଦଯାପନୀ ସଭା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁକ୍ତ ତିନି ବିଭାଗ ର ସାମାଜିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଅଛି । ଡିସେମ୍ବର ୮ ରୁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ବିଶିଷ୍ଟ କାର୍ଯ୍ୟକ୍ରମ ଆଜି ବୁଧୁବାର ରେ କାର୍ଯ୍ୟକ୍ରମ ପରିସମାପ୍ତି ହୋଇଛି ।ଏହି ପାଞ୍ଚ ଦିନ ବିଶିଷ୍ଟ କାର୍ଯ୍ୟକ୍ରମ ରେ ଯୁବ ଛାତ୍ର ଛାତ୍ରୀ ମାନେ ସ୍ୱଛ୍ୱତା ଅଭିଯାନ, ଯୌତୁକ କୁପ୍ରଥା ବିରୋଧ ରେ ଅଭିଯାନ, ପ୍ରାଥମିକ ଚିକିତ୍ସା ତାଲିମ ଏବଂଶିଶୁ କନ୍ୟା ,ଶିକ୍ଷା ଏବଂ ଅଧିକାର ଉପରେ ଆଲୋଚନା ସହ ସତେତାନତା କରିଥିଲେ। ଏହି ଉଦଯାପନୀ ଉତ୍ସବ ରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସାମାଜିକ ମନୋଭାବ ଆଜୀବନ ପୋଷଣ କରିବା ପାଇଁ ପ୍ରେରଣା ଦେଇଥିଲେ, ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଏବଂ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପରିଚାଳନା କମିଟିର ସଭାପତି ଡ. ପ୍ରଦୀପ ବ୍ରହ୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ଉପାଦେୟ ମନ୍ତବ୍ୟ ଦେଇ ଛାତ୍ର ଛାତ୍ରୀ ଙ୍କ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ନୁଆ-ଓ ର ନୋଡାଲ ଅଧିକାରୀ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାସ ଚନ୍ଦ୍ର ସ୍ଵାଇଁ ସଭା ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସୁଦେଷ୍ଣା ଚୌଧୁରୀ ଏବଂ ଅତିଥିଗଣ ସାମାଜିକ କାର୍ଯ୍ୟ କ୍ରମ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜେତା ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଏବଂ ମାନପତ୍ର ବିତରଣ କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ମହାବିଦ୍ୟାଳୟ ର ସାମାଜିକ ସମିତି ର ସଦସ୍ୟ ତ୍ରିଲୋଚନ ଦାସ, ଡ. ଏସ୍ ଶାରଦା ଏବଂ ସରସ୍ୱତୀ ପଣ୍ଡା । ଅଧ୍ୟାପକ ସୁରେନ୍ଦ୍ର ଶବର, ପ୍ରଫୁଲ୍ଲ ମହାରଣା, ସରୋଜ ବିଶୋୟୀ, ଅଧ୍ୟାପିକା ସୁଧାଂଶୁ ମୁଖୀ ପାଢ଼ୀ, ପିଙ୍କି ଓରାମ, ଚନ୍ଦ୍ରମା ପ୍ରଧାନ, ପଦ୍ମାବତୀ ମହାରଣା, ବୁଜ୍ଜି ରେଡ୍ଡୀ, ହରପ୍ରିୟା ମିଶ୍ର, ସୁନିତା ରଥ, ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ପିଅନ ଗଗନ ବରାଡ଼, ଏବଂ ଛାତ୍ର ବାଦଲ ନାହାକ, ଚନ୍ଦନ ସ୍ଵାଇଁ, ଛାତ୍ରୀ ଶୁଭଶ୍ରୀ ପାଢ଼ୀ, ସୁସ୍ମି ଭୋଳ ଏବଂ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ।


