ବାଙ୍ଗୋର ଓଏମସି ପକ୍ଷରୁ ଯୁବ କ୍ରୀଡା ଉତ୍ସବ-୨୦୨୩କୁ ଉଦଘାଟନ କଲେ ତହସିଲଦାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ବାଙ୍ଗୋର ଓଏମସି ପକ୍ଷରୁ ବାଙ୍ଗୋର ଖେଳପଡ଼ିଆ ଠାରେ ଦୁଇଦିନ ଧରି ଚାଲିବାକୁ ଥିବା ଯୁବ କ୍ରୀଡା ଉତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ତହସିଲଦାର ହାବିଲ ଖାଖା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ, ଧନୁର୍ଜୟପୁର ସରପଞ୍ଚ ସର୍ଦାର ହୋ, ବାଙ୍ଗୋର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ପଢ଼ିଆରୀ, ଓଏମ ସି ବାଙ୍ଗୋରର ଆଞ୍ଚଳିକ ପ୍ରବନ୍ଧକ ମନୋଜ କୁମାର ପତି, ମାଇନ୍ସ ମ୍ୟାନେଜର ସୁଶାନ୍ତ କୁମାର ନାୟକ, ମ୍ୟାନେଜର ମନ୍ମଥ ବେହେରା, ମ୍ୟାନେଜର ଦେବାଶିଷ ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି ଯୁବ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ସି.ଏସ.ଆର ମଧୁସ୍ମିତା ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ କ୍ରିକେଟ, ଦୌଡ଼, କବାଡି, ଫୁଟବଲ, ଖୋଖୋ ଭଳି ଅନେକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମ୍ୟାନେଜର ବ୍ରଜ ମୋହନ ମହାନ୍ତି, ମ୍ୟାନେଜର ସୁକାନ୍ତ କୁମାର ବିଶ୍ବାଳ, ଅଶୋକ କୁମାର ସ୍ୱାଇଁ, ମ୍ୟାନେଜର (ଏଚ ଆର)ପିଙ୍କି ହେମ୍ରମ, ମ୍ୟାନେଜର ସୁମନ ଦାସ, ମ୍ୟାନେଜର (ସୁରକ୍ଷା) ସୋମନାଥ ହୋତା ପ୍ରମୁଖ ଉପସ୍ଥିତ ଥିବାବେଳେ ବଙ୍ଗୋର ଓ ଧନୁର୍ଜୟପୁର ପଞ୍ଚାୟତ ର ୧୮ରୁ ୨୪ ବର୍ଷ ବୟସର ଯୁବକ ମାନେ କ୍ରୀଡା ଉତ୍ସବରେ ସାମିଲ ହୋଇଛନ୍ତି। ବାଙ୍ଗୋର ଉଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଓଏମସିରେ କାର୍ଯ୍ୟରତ ଜି୪ଏସ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।