ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚମାଧ୍ୟମିକ ( ଧନ୍ଦାମୂଳକ) ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ନୂଆ (ଓ) ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ପ୍ରତିଯୋଗିତାର ଦ୍ୱିତୀୟ ଦିବସର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା ,କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ,ଡଃ ବାଗ୍ମୀ ରଂଜନ, ତ୍ରିଲୋଚନ ବାରିକ, ବି.ରଜନୀ,ସଂଯୁକ୍ତା ପାତ୍ର ,ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ ଆଦିଙ୍କ ତତ୍ତ୍ଵାବଧାନରେ ୩୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ମାନେ ୨୦୦ମି.ଦୌଡ଼,ରିଲେ ରେସ୍,କବାଡ଼ି ,ଖୋ-ଖୋ ଆଦି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।


