ନବୀନ ଓଡ଼ିଶା ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଅବସ୍ଥାପିତ କ୍ଷେତ୍ର ମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି, ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଯୁବ ଶକ୍ତିର ଯଥାର୍ଥ ବିନିଯୋଗ ଦିଗରେ ରାଜ୍ଯ ସରକାରଙ୍କ ମହତ୍ବପୂର୍ଣ୍ଣ ପଦକ୍ଷେପର ବିସ୍ତୃତ ବିବରଣୀ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ସଚେତନ ନାଗରିକ ହେବାପାଇ ପରାମର୍ଶ ଦେଇଥିଲେ। କଲେଜ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ପାଳଙ୍କ ପୌରୋହିତରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ବହୁବିଧ ପ୍ରତିଭାର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଯୁବ ବିକାଶ କାର୍ଯ୍ୟକ୍ରମର କ୍ଷେତ୍ରାଧିକାରୀ ଡ.ସତୀଶ ପ୍ରସାଦ ନାୟକ, ପ୍ରାଧ୍ୟାପିକା ଡ.ଧନଲକ୍ଷୀ ପଟ୍ଟନାୟକ, ଯୁକ୍ତ ତିନିର ଅଧ୍ୟକ୍ଷ ଭୂପତି ସାହୁ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।ଅଧ୍ୟାପକ ଡ.ହୃଷୀକେଶ ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ବାବୁଲା କୁମାର ନାୟକ ।ସାମଗ୍ରିକ କାର୍ଯ୍ୟକ୍ରମର ସୁପରିଚାଳନାରେ କ୍ରୀଡାଶିକ୍ଷକ ପ୍ରଶାନ୍ତ କୁମାର ନାୟକ,ରାଜୁ ନାୟକ, ରାମଚନ୍ଦ୍ର ସାହୁ,ଅଧ୍ୟାପିକା ସୌମ୍ୟଶ୍ରୀ ନନ୍ଦୀ,ବନଜା ବଡଜେନା, ମନୀଷା ଦେଓ ପ୍ରମୁଖ ସହଯୋଗ କରିଥିଲେ ।