ମୋହନା ମହୋତ୍ସବ ଉଦଯାପିତ

ମୋହନା, (ଅଂଶୁମାନ ପଣ୍ଡା):ରବିବାର ଠାରୁ ଗଜପତି ଜ଼ିଲ୍ଲା ମୋହନା ହାଇସ୍କୁଲ ମିନି ଷ୍ଟାଡିଅମ ଠାରେ ଆୟୋଜିତ ହେଉଥିବା ବ୍ଲକ ସ୍ତରୀୟ ମୋହନା ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି l ଉଦଘାଟନି ଉତ୍ସବ ରେ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ମୁଖ୍ୟ ବଜାର ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ସଂନ୍ଧ୍ୟା ସମୟରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମୁଖ୍ୟବକ୍ତା ଭାବେ ଗଜପତି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୋଗ ଦେଇଥିବା ବେଳେ ହାଇଟେକ ମେଡିକାଲ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜ଼ିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ ଏବଂ ଚନ୍ଦ୍ରଗିରି ଜ଼ିଲ୍ଲାପରିଷଦ ସଭ୍ୟ ସୁନୀଲ ବିଷୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମୋହନା ଅଞ୍ଚଳ ର ବିଭିନ୍ନ ବିଭାଗ ଏବଂ ଅନୁଷ୍ଠାନ ପକ୍ଷରୁ ଷ୍ଟଲ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା l ସେହିଭଳି ସୋମବାର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜ଼ିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଗୁଣନିଧି ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ରେ ମହତ୍ତ୍ୱ ଏବଂ ଉଦେଶ୍ୟ ସମ୍ପର୍କ ରେ ଉପସ୍ଥିତ ଲୋକଙ୍କୁ କହିଥିଲେ l ଉଦଯାପନୀ ଉତ୍ସବ ରେ ତିବତୀୟ ନୃତୀୟ ସମେତ ଓଲିଉଡ଼ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଏବଂ ସତ୍ୟଜିତ ପ୍ରଧାନ ସେମାନଙ୍କ କଳା ପ୍ରଦର୍ଶନ କରିବା ସହ ଉପସ୍ଥିତ ଲୋକଙ୍କୁ ନଚେଇଥିଲେ l ଏହି ଦୁଇ କଣ୍ଠଶିଳ୍ପୀ ଙ୍କ ଯାଦୁ ରେ ବାନ୍ଧି ହୋଇ ରହିଥିଲେ ଦର୍ଶକ lକାର୍ଯ୍ୟକ୍ରମ ଶେଷରେ ମୋହନା ସାମ୍ବାଦିକ ସଙ୍ଘ ର ସଦସ୍ୟ ମାନଙ୍କୁ ଔପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲା ବ୍ଲକ ପ୍ରଶାସନ lବିଭିନ୍ନ କ୍ଷେତ୍ର ରେ କୃତକାର୍ଯ୍ୟ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା l ମୋହନା ବିଡ଼ିଓ ହଳଧର ଶବର ଙ୍କ ନେତୃତ୍ୱ ରେ ବ୍ଲକ ର ବିଭିନ୍ନ ବିଭାଗ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ