କମଳାପୁର ଛକ ନିକଟରୁ ୪୦ହଜାର ଟଙ୍କା ରେ ଚନ୍ଦନ କାଠ ଜବତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଛକରେ ପ୍ରାୟ ୨୦ କିଲୋ ଚନ୍ଦନ କାଠ ଜବତ କରିଛି ପୋଲିସ l ଏହି ଚନ୍ଦନ କାଠ ଚୋରା ଚାଲାଣ ରେ ସମ୍ପୃକ୍ତ ଜଣେ ଯୁବକକୁ ଅଟକ ରଖିଛି ପୋଲିସ l ଯୁବକ ଜଣକ ହେଲେ ମୋହନା ଥାନା ବାଲିପଙ୍କ ଗାଁର ଅlବେଲ ବିର l ମଙ୍ଗଳବାର ସକାଳ ପ୍ରାୟ ସାଢେ 6 ଟାରେ କମଳାପୁର ଛକରେ ଗାଡି ଯାଞ୍ଚ କରାଯାଉଥିଲା l ଏହି ସମୟରେ ଏକ ଯାତ୍ରୀବାହି ବସ ରେ ଯାଞ୍ଚ ବେଳେ ଗୋଟିଏ ଆଖରେ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଏହି ଚନ୍ଦନ କାଠ ଜବତ କରି ଚନ୍ଦ୍ରଗିରି ବନାଞ୍ଚଳ କୁ ହସ୍ତାନ୍ତର କରିଛି ମୋହନା ପୋଲିସ ଉକ୍ତ ଚନ୍ଦନ କାଠ ବ୍ରହ୍ମପୁର କୁ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ଅଭିଯୁକ୍ତ କୁ ଅଟୋକ ରଖି ଅଧିକ ତଦନ୍ତ ଚାଲିଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ ସୂଚନା ଦେଇଛନ୍ତି


