ମହିମା ସେବା ଫାଉଣ୍ଡେସନର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ ଓ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖଣ୍ଡଗିରିସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ଏହାର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସାଧୁମାନେ ଶୂନ୍ୟ ପ୍ରଭୁ ଓ ଦେଶବାସୀଙ୍କ ଉଦ୍ଦ୍ୟେରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଭାପିତ୍ୱରେ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପଦ୍ମଚଣ ବେହେରା, ସମ୍ମାନିତ ଅତିଥି ଭାବେ ସମାଜସେବୀକା ରଞ୍ଜୁରାଣୀ ନନ୍ଦ, ମହିମା ସାଧୁ ମଧୁସୂଦନ ଦାସ ଯୋଗ ଦେବା ସହିିତ ଅସହାୟ ବ୍ୟକ୍ତିବିଶେଷଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ ମାନବ ସେବା ହିଁ ମାଧବଙ୍କ ସେବା ସହିତ ସମାନ ମୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଉରକେଲା ହସ୍ପିଟାଲରେ କାର୍ଯ୍ୟରତ ମାନବ ସମ୍ବଳ ବିକାଶ ମୁଖ୍ୟ ତଥା ସମାଜସେବୀକା ରଞ୍ଜରାଣୀ ନନ୍ଦଙ୍କୁ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡ. ନରୋତ୍ତମ ଦାସ ସହଯୋଗର ହାତ ବଢାଇଥିବା ବେଳେ ଗାୟତ୍ରୀ ସାମନ୍ତରାୟ, ରୀନା ମହାନ୍ତି, ରମେଶ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ