ନବୀନ ଓଡ଼ିଶାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଯୁବନେତା ମଣ୍ଟୁ ନାଏକଙ୍କ ପ୍ରୟାସ
କେସିଙ୍ଗା, (ମାଧବସାହୁ):ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତର ବୋରିଆ ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ଯୋଗଦେଇ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜେଡ଼ି ସଂଗଠନ ତୃଣମୂଳ ସ୍ତରରେ ଅଧିକ ମଜଭୂତ ଓ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅଶୋକ ମହାନନ୍ଦ, ଅଭିରାମ ମଲ୍ଲିକ, ଲମ୍ବୋଦର ସୁନା, ଆଶୁତୋଷ ବେହେରା, ରମେଶ ସିଖା, ବବଲୁ ଦୀପ, ସମାଜସେବୀ ଭୋଦେବ ଠାକୁର, ସହଦେବ ଶିଖା ତଥା ଯୁବ -ଛାତ୍ର , ମହିଳା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।


