ବିଜେଡିର ପ୍ରତିଷ୍ଠା ଦିବସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ନିକଟସ୍ଥ ମହାସିଙ୍ଗି ଠାରେ ସାଂସଦ ପ୍ରତିନିଧି ତ ଟୁନା ଦାସଙ୍କ ନେତୃତ୍ୱରେ ବିଜେଡି ଦଳର ନିର୍ବାଚନମଣ୍ଡଳି ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଛିି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ । ଏହାପରେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ,ଟୁନାଦାସଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ,ବାଲିଗୁଡା ବିଧାୟକ ଚକ୍ରମଣି କହଁର,ନିର୍ବାଚନ ପର୍ଯ୍ୟବେକ୍ଷକ ଅଜୟ ମହାରଣା,ପୁର୍ବତନ ବିଧାୟକ ରାଜିବ ପାତ୍ରକୋଟଗଡ ସାଂସଦ ପ୍ରତିନିଧି ମନୋଜ ସାବତ,ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ,ତୁମୁଡିବନ୍ଧ ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ପ୍ରମୋଦସାହୁ,କନୁଆଗାଁ ବ୍ଲକ ସଭାପତି ଭାଗ୍ୟବାନ ବେହେରା ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସାଂସଦ କହିଛନ୍ତି ଆଜି ଆମେ ୨୭ତମ ପ୍ରତିଷ୍ଠା ଦିବସ ପାଲନ କରିବାକୁ ଏଠି ଏକାଠି ହୋଇଛେ , ଆମର ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହଶହ ଯୋଜନା କରି ଆମକୁ ଭଲରେ ରଖିବାକୁ ଚେଷ୍ଟା କରିଛନ୍ତି । ପ୍ରତି ପଂଚାୟତକୁ ଉନ୍ନତି ନିମନ୍ତେ ୫୦ଲକ୍ଷ ଟଙ୍କା ଦେଇଛନ୍ତି ତା ସହିତ ସମସ୍ତ ମନ୍ଦିର,ମସଜିଦ,ଚର୍ଚ୍ଚକୁ ଅନୁଦାନ ଦେଇ ଉନ୍ନତି କରିଛନ୍ତି । ଏଥି ନିମନ୍ତେ ଆମ ଜିଲ୍ଲାକୁ ମେଡିକାଲ କଲେଜ ଦେଇଛନ୍ତି ଓ ।ଆମ ଜିଲ୍ଲାକୁ ସାରା ବିଶ୍ୱରେ ଏକ ନମ୍ବର କରିବାକୁ ଉଦ୍ୟମ କରିଛନ୍ତି । କଂଗ୍ରେସ ଓ ବିଜେପି କର୍ମି ଦଳକୁ ଚାଡି ବିଜେଡିରେ ସ୍ୱତପ୍ରତ ଭାବେ ମିଶିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେେ ନିର୍ବାଚନ ମଣ୍ଡଳିର ୪ଟି ବ୍ଲକର ହଜାରହଜାର ସଂଖ୍ୟାର୍ର କର୍ମି ସହ ସାଧାରଣ ଜନତା ଉପସ୍ଥିତ ଥିଲେ । ଏଥି ସହ ରକ୍ତଦାନ ଶିବିରରେ ୪୦ୟୁନିଟ ରକ୍ତ ସଂଗୃହିତ ହୋଇଛି ।ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଅବନି ନାୟକ,ସାବେଜ ଉଦ୍ଦିନ ,ସେକ ସୋନୁ ,ସୁଜିତ ପାଳ ସମେତ ଅନ୍ୟକର୍ମିମାନେ ଉପସ୍ଥିତ ରହି ସହ୍େ‌ାଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ