ଇଡକୋ ସିଜିଏମଙ୍କ ଦୁର୍ନୀତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକ କାଳୀନ ଚଢାଉ କରି. ତାଙ୍କର ମାତ୍ରାଧିକ ପ୍ଲଟ୍ ଓ ସଂପତ୍ତି ଠାବ କରିବା ବିଜେଡି ସରକାରର ସ୍ୱଚ୍ଛ ଶାସନର ପ୍ରମାଣ ବୋଲି “ମୋ ଦଳ”ର ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ଶ୍ରୀ ନନ୍ଦ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଶାସନରେ ସ୍ୱଚ୍ଛତାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ପ୍ରଚାର କରି ଆସୁଛନ୍ତି। ଏଭଳି କି ତାଙ୍କ ଶାସନର ପ୍ରାରମ୍ଭରେ ମୁଁ ସଚିବାଳୟ ଜଗୁଛି ଓ ଆପଣମାନେ ଗାଁ ଜଗନ୍ତୁ ବୋଲି ଏକ ବିବୃତ୍ତି ଦେଇଥିଲେ, ଯାହା ସାଧାରଣରେ ଭାବାନ୍ତର ସୃଷ୍ଟି କରିଥିଲା। କିନ୍ତୁ ପ୍ରକୃତପକ୍ଷେ ନବୀନ ପଟ୍ଟନାୟକଙ୍କର ଦୁର୍ନୀତି ବିରୋଧୀ ଲଢେଇ କରିବାରେ ପ୍ରତି ବଦ୍ଧତା ନାହିଁ ବୋଲି ଇଡକୋ ସିଜିଏମଙ୍କ ବିପୁଳ ସଂପତ୍ତି ସଂଗ୍ରହ ପ୍ରମାଣ ମିଳିଛି। ଏହି ଅଫିସରମାନେ କଂଗ୍ରେସ କିମ୍ବା ବିଜେପି ସରକାର ସମୟରେ ଏହି ବିପୁଳ ସଂପତ୍ତି ରାଶି ସଂଗ୍ରହ କରି ନାହାନ୍ତି। ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱଙ୍କ ବେଳେ ଇଡକୋ ଭଳି ଦୁଧିଆଳି ଗାଈ ମାନଙ୍କରେ ସିଜିଏମ ମାନଙ୍କ ସଂପତ୍ତି ଯଦି ଏତେ ବିପୁଳ ତାହେଲେ ଏହି ବିଭାଗର ସଚିବ ଓ ନିର୍ଦ୍ଦେଶକମାନେ କେତେ ବିପୁଳ ସଂପତ୍ତି ସଂଗ୍ରହ କରିଥିବେ ଏଥିରୁ ସ୍ପଷ୍ଟ ଅନୁମେୟ। ନିଜର ଭାବମୂର୍ତ୍ତୀ ରଖିବା ପାଇଁ ଓ ବିଶେଷ କରି ଯେଉଁମାନେ ଅନୈତିକ ଭାବରେ ବିପୁଳ ସରକାରୀ ଅର୍ଥ ଲୁଣ୍ଠନ କରିବା ପରେ ମଧ୍ୟ ବିଜେଡିକୁ ରାଜନୈତିକ ଚାନ୍ଦା ଦେଉ ନାହାନ୍ତି, ସେମାନଙ୍କ ମୁଣ୍ଡରେ ଭିଜିଲାନ୍ସ ଚଢାଉରୁ ଖଣ୍ଡା ପଡୁଛି । ଏପର୍ଯ୍ୟନ୍ତ କେନ୍ଦୁଝର, ଅନୁଗୁଳ ଓ ଯାଜପୁର ଭଳି ଜିଲ୍ଲାର ଜିଲ୍ଲପାଳ ଓ ପ୍ରମୁଖ ଆର୍ଥିକ ବିଭାଗର ଜଣେ ଜଣେ ଆଇଏଏସ ଅଫିସରଙ୍କର କାହିଁକି ତଦନ୍ତ ପରିସରକୁ ଅଣାଯାଇ ତଦନ୍ତ କରାଯାଉ ନାହିଁ ବୋଲି ମୋ ଦଳର ମୁଖପାତ୍ର ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ଏଭଳି ମାଳମାଳ ଅଫିସରଙ୍କୁ ଯଦି ନବୀନ ପଟ୍ଟନାୟକ ତଦନ୍ତ ପରିସରକୁ ଆଣି ଏମାନଙ୍କ ସଂପତ୍ତିର ତଦନ୍ତ କରନ୍ତେ ତାହେଲେ ନବୀନଙ୍କର ଦୁର୍ନିତୀ ପ୍ରତି ଶୂନ୍ୟସହନଶୀଳତା ମନଭାବ ଆମେ ଜାଣିପାରନ୍ତୁ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ