ଉଚ୍ଚଶିକ୍ଷା ବିଭାଗରେ ଦାୟିତ୍ୱ ମିଳିବା ପରେ କିରିକୁଟି ସରପଞ୍ଚ ଇସ୍ତଫା ଦେଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରିଛନ୍ତି।ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଯୁବନେତା ଭାବେ ଅଞ୍ଚଳରେ ବହୁତ ଦିନ ଧରି ଲୋକଙ୍କ ସେବା କରି ଆସୁଥିଲେ। ପରେ ସେ ଲୋକଙ୍କ ନିବେଦନ ପରେ କିରିକୁଟି ସରପଞ୍ଚ ଭାବେ ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନରେ ବିଜୟ ଲାଭ କରି ଅଞ୍ଚଳର ଜନସେବା କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ। ତେବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ଏବେ ଶିକ୍ଷକ ଭାବେ ମନୋନୀତ ହେବା ପରେ ସେ ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି। ସେ ପୁରୀ ଜିଲା କଣାସରେ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟକୁ ପଠାଯିବ ବୋଲି ବିଡିଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଅଶୋକ ଇସ୍ତଫା ଦେବା ପରେ କିରିକୁଟିରେ ସରପଞ୍ଚ ପଦବୀ ଖାଲି ରହିବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ