ଦ୍ବିତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜାନୁୟାରୀ ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଜୁମ୍ ଆଭାସୀ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବ ବ୍ରତ ସାହୁ ବୈଠକର ପରିଚାଳନା କରି ସମସ୍ତ ଅଧିକାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ତୀର୍ଥ ଯାତ୍ରା ଯାହା ଗତ ଅକ୍ଟୋବର ମାସ ୩୧ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା, ସେଥି ସକାଶେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଚଳିତ ଥର କିଭଳି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡର ସମସ୍ତ ୧୦୦୦ ତୀର୍ଥ ଯାତ୍ରୀ ୩୦ ଜଣ ଅଧିକାରୀଙ୍କ ତତ୍ତ୍ବାବଧାନରେ ଗସ୍ତକରି ସୁରୁଖୁରୁରେ ଫେରିବେ ସେଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଦ୍ବିତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସକାଶେ ଗଞ୍ଜାମ ଜିଲ୍ଲାର ୫୪୮ ଜଣ ବରିଷ୍ଠ ନାଗରିକ, ଗଜପତି ଜିଲ୍ଲାର ୯୦ ଜଣ, କନ୍ଧମାଳ ଜିଲ୍ଲାର ୧୧୪ ଜଣ, ବୌଦ୍ଧ ଜିଲ୍ଲାର ୬୮ ଜଣ ଏବଂ ନୟାଗଡ ଜିଲ୍ଲାର ୧୫୦ ଜଣଙ୍କୁ ନେଇ ବ୍ରହ୍ମପୁର ଠାରୁ ରେଳଯାତ୍ରା ଆରମ୍ଭ ହେବ । ବରିଷ୍ଠ ନାଗରିକ ଗଣ ବ୍ରହ୍ମପୁରରୁ ବାରଣାସୀ, ପ୍ରୟାଗରାଜ ହୋଇ ପୁଣି ବ୍ରହ୍ମପୁର ଫେରିବେ । ବିଗତ ଥର ବା ପ୍ରଥମ ପର୍ଯ୍ୟାୟରେ କରାଯାଇଥିବା ବ୍ୟବସ୍ଥା ଭଳି ଦ୍ବିତୀୟ ଯାତ୍ରା ନିମନ୍ତେ ସମସ୍ତ ବରିଷ୍ଠ ନାଗରିକଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନ ନିକଟ ଇଣ୍ଟର ନ୍ୟାସନାଲ ଗୁରୁକୁଳ ସ୍କୁଲ ପରିସରରେ ରହିବା ବ୍ୟବସ୍ଥା କରାଯାଇଛି । ସେହି ଠାରେ ପୂର୍ବଦିନ ଅର୍ଥାତ୍ ଜାନୁୟାରୀ ୧୬ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଠାରେ ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କର ରହଣୀ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥାକୁ ବ୍ୟାପକ ଭାବରେ ବନ୍ଦୋବସ୍ତ କରିବା ସକାଶେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଟେଣ୍ଟ ବ୍ୟବସ୍ଥା, ଜଳ ଯୋଗାଣ ବ୍ଯବସ୍ଥା, ନିରାପତ୍ତା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ବାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନିଶମ ନିୟନ୍ତ୍ରଣ ବ୍ୟବସ୍ଥା ସମସ୍ତ ତୀର୍ଥଯାତ୍ରୀ ମାନଙ୍କ ସକାଶେ ଏସକର୍ଟ ଅଧିକାରୀ ନିଯୁକ୍ତି ଇତ୍ୟାଦି ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଯେପରି ସୁଚାରୁ ରୂପେ ସଂପାଦିତ ହୋଇ ପାରିବ ସେଥି ସକାଶେ ସବିଶେଷ ଆଲେଚନା ହୋଇଯାଇଛି । ସମସ୍ତ ତୀର୍ଥଯାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଯାଂଚ୍ କରି ପ୍ରମାଣ ପତ୍ର ସହିତ ସେମାନଙ୍କୁ ଯାତ୍ରା ନିମନ୍ତେ ଆଣିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।ଏଠାରେ ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ ଗଣ ବ୍ରହ୍ମପୁର ଠାରୁ କନ୍ୟା କୁମାରୀ, ତ୍ରିଭେନ୍ଦ୍ରମ୍ ଗସ୍ତ କରି ପାଞ୍ଚ ରାତି ଛଅ ଦିନ ଯାତ୍ରା କରିଥିଲେ । ଠିକ ସେହିଭଳି ଚଳିତ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ପାଞ୍ଚ ରାତ୍ରୀ ଦିନ ଯାତ୍ରା କରିବାର ଯୋଜନା କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ନେଇ ଆସନ୍ତା ଜାନୁୟାରୀ ୧୭ ତାରିଖ ଦିନ ଚାରି ନମ୍ବର ପ୍ଲାଟଫର୍ମ ରୁ ଯାତ୍ରା ହେବ । ବୈଠକ ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏହି ଯୋଜନାର ସଫଳତା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ . । ସମସ୍ତ ଉପ ଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ମହାଗନର ନିଗମର ସମସ୍ତ କର୍ମକର୍ତ୍ତା ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ