ଶିକ୍ଷା,ସଂସ୍କୃତି ଓ ସାମାଜିକ ସଚେତନତା ଯୋଗୁଁ ଶିକ୍ଷାର ଆସେ ପୂର୍ଣ୍ଣତା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଓ ପାଳସାହି ସ୍ଥିତ ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି ପୌରୋହିତ୍ୟ କରିଥିଲେ । କର୍ମଚାରୀ ସଂସଦର ସଂପାଦକ ଅଧ୍ୟାପକ ନିହାର ରଞ୍ଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଯାପନ ସଭାରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୂଖ୍ୟ ଅତିଥି ଓ ଆଖଣ୍ଡଳମଣି ମହା ବିଦ୍ୟାଳୟର ସେବା ନିବୃତ୍ତ ଆଧ୍ୟକ୍ଷ ଜୟନ୍ତ କୁମାର ଗୋସ୍ବାମୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ପାଢୀ, ଧୂଷୁରୀ ଜିଲ୍ଲା ପରିଷଦ ଜୋନ ସଭ୍ୟ ପ୍ରଦୀପ ମଲ୍ଲିକ, ଆଖଣ୍ଡଳମଣି ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶରତ କୁମାର ତ୍ରୀପାଠୀ, ବାବାମଣି ଡିଗ୍ରୀ ମହା ବିଦ୍ୟାଳୟର ପରିଚାଳନା ସମିତି ସଭାପତି ତ୍ରିଲୋଚନ ଦାସ, ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ମୋ ସ୍କୁଲ ଅଭିଯାନ ସଭାପତି ସୁଶାନ୍ତ କୁମାର ନାୟକ, ସାମାଜିକ କର୍ମୀ ନିମାଇଁ ଚରଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସାମାଜିକ ସଚେତନତା ଯୋଗୁଁ ଶିକ୍ଷାର ପୂର୍ଣ୍ଣତା ଆସିଥାଏ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ମନମୋହନ ତ୍ରିପାଠୀ ବେଦ ପାଠ ଓ ପ୍ରାଧ୍ୟାପିକା କନକ ଲତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଲକ୍ଷ୍ମୀଧର ଦାଶ ସ୍ବାଗତ ଭାଷଣ ଦେଇଥିଲା ବେଳେ କ୍ରୀଡା ଶିକ୍ଷକ ଅଧ୍ୟାପକ ଅନିଲ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ତ ରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପତି, ଅଧ୍ୟାପକ ଶିବ ପ୍ରସାଦ ସାହୁ, ଓ ଡେମୋନଷ୍ଟ୍ରେଟର ଭୀମସେନ ଓଝା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ଇଭେଣ୍ଟରେ ପାରଦର୍ଶିତା ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନରେ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ