ହାତୀପଲ ଙ୍କ ଉପଦ୍ରବ , ଧାନଗଦା ନଷ୍ଟକଲେ ଏବଂ କଦଳୀବାଡ଼ ଉଜାଡିଲେ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାର ଉତ୍ତର ଘୁମୁସର ବନଖଣ୍ଡ ରେ ୧୯ ଟିକିଆ ହାତୀପଲ ର ଉପଦ୍ରବ ଚାଷୀ ଓ ବନବିଭାଗ ର ମୁଣ୍ଡବ୍ୟଥା ବଢ଼ାଇଛି | କାଳିଆମ୍ବା ଓ ଭଞ୍ଜନଗର ସେକ୍ସନ ରେ ଏହି ହାତୀପଲ ଆଡା ଜମାଇ ବିତ୍ପାତ ଚଳାଉଛନ୍ତି | ସନ୍ଧ୍ୟାହେଲେ ଗାଁ ମୁହାଁ ହୋଇ ଏକର ଏକର ଜମିରେ ଥିବା ପାଚିଲା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି |ଗତ କିଛିଦିନ ହେଲା ହାତୀପଲ କାଳିଆମ୍ବା ,ବୁଦୁଲି , ମଳାଶପଦର , ଜିଲୁଣ୍ଡି ଓ ଗୁଣ୍ଡୁରୀବାଡ଼ି ଅଞ୍ଚଳ ରେ ଘୁରିବୁଲୁଥିଲେ |ହାତୀପଲ ଗତ ରବିବାର ଦିନ ରାତିରେ ପୁରୁଣାପାଣି ଗ୍ରାମ ମୁହାଁ ହୋଇ ଖଳା ରେ ଥିବା କୃଷ୍ଣ ଚନ୍ଦ୍ର ନାୟକ , ଧୋବା ନାୟକ , ଦୀନବନ୍ଧୁ ନାୟକ ଙ୍କ କଟା ହୋଇରହିଥିବା ଧାନ , ଜିଲୁଣ୍ଡି ଗ୍ରାମର ଅରୁଣ ସ୍ୱାଇଁ ଙ୍କର ମଳାଶପଦରଜମିରେ କଟାହୋଇନଥିବା ଧାନ କୁ ମଧ୍ୟ ଖାଇବା ସହ ବ୍ୟାପକ ନଷ୍ଟ କରିଛନ୍ତି |ସେହିପରି ଗୁଡ଼ିଆମ୍ବା ଗ୍ରାମର ସୁରେନ୍ଦ୍ର ନାୟକ , ମଳାଶପଦର ଗ୍ରାମ ନିକଟ ଜିଲୁଣ୍ଡି ଗ୍ରାମ ର ଅରୁଣ ସ୍ୱାଇଁ ଏବଂ ଆସ୍କା ର ସନ୍ତୋଷ ପଲେଇ ଙ୍କ ଫାର୍ମହାଉସ ରେ ଥିବା କଦଳୀବଗିଚାରେ ପଶି ଗଛ ସବୁ ଉପାଡିବା ସହ ଭାଙ୍ଗିଦେଇଥିଲେ | ଅନ୍ୟପଟେ ବନବିଭାଗ ହାତୀପଲ କୁ ଘଉଡାଇବାପାଇଁ ବାଣ ଫୁଟାଇ ବଡ ଧରଣର ଶବ୍ଦ କରିଲେ ମଧ୍ୟ ହାତୀପଲ ଭୟଭୀତ ହେଉନଥିବା ଉଭୟ ଚାଷୀ ଓ ବନବିଭାଗ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି |


