କୁକୁଡାଖଣ୍ଡି ତହସିଲ ପକ୍ଷରୁ ରାଜସ୍ବ ମେଳା ଅନୁଷ୍ଠିତ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ତହସିଲ ପକ୍ଷରୁ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଛି ରାଜସ୍ବ ମେଳା ! ଅଥିତି ମାନଂକୁ ତହସିଲ ଅଫିସ ସମୁଖ ରେ ତହସିଲଦାର ଶ୍ରୀ ସାହୁ ସମେତ ବ୍ଲକ ଅଧକ୍ଷ, ଉପାଧ୍ୟାକ୍ଷା ଫୁଲ ତୋଡ଼ା ଦେଇ ଇଂରାଜୀ ନବ ବର୍ଷ ର ହାର୍ଦିକ ଅଭିନନ୍ଦନ ଜଣାଇ ପାଛୋଟି ନେଇଥିଲେ ! ରାଜସ୍ବ ମେଳା ରେ କୁକୁଡାଖଣ୍ଡି ର ୨୨ ଟି ପଂଚାୟତ ର ବହୁ ହିତାଧିକାରୀ ମାନେ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସଂମ୍ମନିତ ଅତିଥି ଭାବେ ବ୍ରହ୍ମପୁର ଏମ ଲ ଏ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ଉପଜିଲ୍ଲାପାଳ , କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟାକ୍ଷା ବିଷ୍ଣୁ ପ୍ରୀୟା ପାତ୍ର , ବିଡିଓ ଓ ତହସିଲଦାର ସପନ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ ! ଏହି ରାଜସ୍ବ ମେଳା ରେ ୩୦୦ ରୁ ଅଧିକ ହିତାଧିକାରୀ ଙ୍କୁ ଘରବାରି ଜମି ପଟା ଦିଆଯାଇଥିବା ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ସାହୁ ! ମୁଖ୍ୟମନ୍ତ୍ରୀ ନିବୀନ ପଟନାୟକ ଙ୍କ ଏହି ପ୍ରୟାସ କୁ ସାଂସଦ ଶ୍ରୀ ସାହୁ ଧନ୍ୟବାଦ ଦେଇଥିବା ବେଳେ ବ୍ରହ୍ମପୁର ଏମ ଲ ଏ ତଥା ଜ଼ିଲ୍ଲା ବୋର୍ଡ ଅଧକ୍ଷ ଶ୍ରୀ ପଣ୍ଡା BSKY ବିଷୟରେ ଲୋକଙ୍କୁ କହି ଶେଷରେ ଅତି ଉତ୍ତମ କାର୍ଯ୍ୟ ହାତକୁ ନେଇଥିବା ତହସିଲଦାର ଙ୍କୁ ଧନ୍ୟବାଦ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ! ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ଘର ବାରି ପଟା ଦିଆଯାଇଥିଲା! ଶେଷରେ ତହସିଲଦାର ଙ୍କ କାର୍ଯ୍ୟକ୍ରମ କୁ ଉପସ୍ଥିତ ଥିବା ହିତାଧିକାରୀ ମାନେ ଧନ୍ୟବାଦ ଜଣାଇଥିଲ ! ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରଖିବା ପାଇଁ ସଦର ଥାନା ପକ୍ଷରୁ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ସଦର ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଥିବା ବେଳେ ସେ ନିଜେ ଉପସ୍ଥିତ ଥିଲେ !


