ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲି ଦେଖିଲେ ଓଡିଶାର ରାଜ୍ୟପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଗୁରୁବାର ଅପରାହ୍ନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲି ଦେଖିଛନ୍ତି । ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ସେ ଦେଖିବା ସହିତ ମିଶନ ଶକ୍ତିର ମା ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରେ ମିକ୍‌ଚର , ଟମାଟ ଓ ଚିଲି ସସ୍ , ଚିନା ବାଦାମ ରୁ ତେଲ ସହିତ ବିଭିନ୍ନ ସାମଗ୍ରୀ ଗୁଡିକୁ ମିଶନ ଶକ୍ତିର ମା ମାନେ ପ୍ରସ୍ତୁତ କରୁଛନ୍ତି । ଏସବୁ କାର୍ଯ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସରଞ୍ଜାମ ଗୁଡିକ ବୁଲି ଅନୁଧ୍ୟାନ କରିଥିଲେ । ପରେ ଆୟୋଜିତ ସଭାରେ ମିଶନ ଶକ୍ତି ମା ମାନଙ୍କ ଏଭଳି ପ୍ରସ୍ତୁତି ଓ ପ୍ୟାକିଂ କୁ ପ୍ରଶଂସା କରିବା ସହିତ ଆଲୋଚନା କରିଥିଲେ । ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ଯାହା ଟଙ୍କା ରୋଜଗାର କରୁଛନ୍ତି । ତାହାକୁ ସଠିକ୍ ଭାବେ ବ୍ୟବହାର କରିବା ଦରକାର, ଆଧୁନିକ , ବୈଶୟିକ ଓ ବିଜ୍ଞାପନ ଦୁନିଆରେ ବିଭିନ୍ନ ସାମଗ୍ରୀର ପ୍ରସୁତିର ପ୍ୟାକିଂ ଏବଂ ବ୍ରାଣ୍ଡର ନିହାତି ଆବଶ୍ୟକ । ଏଠାରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ସାମଗ୍ରୀ ର କିପରୀ ବ୍ରାଣ୍ଡିଂ ହେବ ଏବଂ ସେଗୁଡିକ କିପରୀ ମାର୍କେଟିଂ ହେବ ତାହାର ଆବଶ୍ୟକ ରହିଛି । ଗଂଜାମ ବ୍ରାଣ୍ଡିଂ ଚାହିଦା ର କିପରୀ ବଢିବ ସେଥି ପ୍ରତି ମଧ୍ୟ ମହିଳା ମାନେ ଧ୍ୟାନ ଦେବାକୁ ପଡିବ । ବର୍ତ୍ତମାନ ମହିଳା ମାନେ ଆଗକୁ ଆସି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ମହିଳା ମାନଙ୍କ ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ ହେଲେ ରାଜ୍ୟ ଓ ଦେଶର ସୁଦୃଢ ହେବ । ବିଶ୍ୱରେ ଅର୍ଥ ବ୍ୟବସ୍ଥା ଭାରତ ୩ୟ ରହିପାରିବ । ବଡ ବଡ ସ୍ୱପ୍ନ ଦେଖ ତାହାକୁ କିପରୀ ସାକାର କରିବ ସେଥି ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ର ଆବଶ୍ୟକତା ରହିଛି ବୋଲି ସେ ଉଦ ବୋଧନ ଦେଇଥିଲେ । ପରେ କାଳିଆବାଲି ଗ୍ରାମର ମିଶନ ଶକ୍ତିର ଏସ. ଜ୍ୟୋତି ରେଡ୍ଡୀ, ଅଗସ୍ତି ନୂଆଗାଁର କାଦାମ୍ବରୀ ଦାସ, ବଉଳଗାଁର ସଂଯୁକ୍ତା ସାହୁ ଓ ମାୟାପାଟଣା ଗ୍ରାମର ସିଏଚ ଦମୟନ୍ତୀ କିପରୀ ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କ ଠାରୁ ଆରମ୍ଭ ପ୍ରଶାସନିକ ଅଧିକାରୀ ମାନେ ସହଯୋଗ କରିଛନ୍ତି । ସେ ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ରାଜ୍ୟପାଳ ଶ୍ରୀ ଦାସଙ୍କୁ ମିଶନ ଶକ୍ତି ମାନଙ୍କ ପକ୍ଷରୁ ଏକ ମୋମେଟ ପ୍ରଦାନ କରାଯାଇଥିଲ।। ସଭା କାର୍ଯ୍ୟକୁ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ସଂଯୋଜନା କରିଥିବା ବେଳେ ଗଂଜାମ ଜିଲ୍ଲାପରିଷଦର ଅତିରିକ୍ତ ସିଇଓ ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଉପରେ କହିଥିଲେ । ଏହି ଅବସରରେ ଗଂଜାମ ଏସପି ଜଗମହୋନ ମୀନା, ବ୍ରହ୍ମପୁର ଏସପି ଡା. ସ୍ରବଣା ବିବେକ ଏମ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି , ଅତିରିକ୍ତ ଏସପି ଏସ. ବେହେରା, ଛତ୍ରପୁର ଏସଡିପିଓ ଗୈାରହରୀ ସାହୁ, , ଓଡିଶା ଜିବୀକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବିନ କୁମାର ସେନାପତି, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସ୍ୱାଶତ କୁମାର ସାହୁ, ଓରମାସର ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇତାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ