୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ମହୋତ୍ସବକୁ ନେଇ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଚାରି ଦିନ ପାଇଁ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଚାରି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାର ମାନେ ଆସି ନୃତ୍ୟ ଗୀତ ପରିବେଷଣ କରିବେ । ଏହାସହ ଜାତୀୟ ପଲ୍ଲୀଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ । ଏହି ପଲ୍ଲୀଶ୍ରୀ ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ବିକ୍ରିବଟା କରାଯିବ । ସେହିପରି ଲୋକେ କିଭଳି ଶାନ୍ତି ଶୃଙ୍ଖଳା ସହ ମହୋତ୍ସବର ମଜା ଉଠାଇବେ ସେ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍କିଂ ନିମନ୍ତେ ବିଭିନ୍ନ ସ୍ଥାନରେ ସ୍ଥାନ ରଖାଯିବ, ଭିଡ଼ ନିୟନ୍ତ୍ରଣ ନିମନ୍ତେ ଦୃଷ୍ଟି ଦିଆଯିବ, ଲୋକଙ୍କ ସୁରକ୍ଷା ନିମନ୍ତେ ବେଳାଭୂମିର ସିସିଟିଭି କ୍ୟାମେରା ଲଗାଯିବ, ମୋବାଇଲ ଟଏଲେଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ ରହିବ ବେଳାଭୂମିରେ । ସେହିପରି ଅଗ୍ନିକାଣ୍ଡରୁ ରକ୍ଷା ନିମନ୍ତେ ପଲ୍ଲୀଶ୍ରୀ ମେଳାର ପ୍ରତ୍ୟେକ ଷ୍ଟଲ ଗୁଡ଼ିକ ଛାଡ଼ି ଛାଡ଼ି ହୋଇ ରହିବ । ଏହାଛଡ଼ା ଯଦି ଲୋକଙ୍କ ଭିଡ଼ ରହିବ ତେବେ ବାହାର ଜିଲ୍ଲାରୁ ମଧ୍ୟ ପୋଲିସ ଆସି ତାହାକୁ ନିୟନ୍ତ୍ରଣ କରିବେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଙ୍କ ସମେତ ଜିଲ୍ଲା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ, ବିଏମସି କମିଶନର ଜେ.ସୋନାଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା, ଡୁଡା ପିଡି ନୀଳମାଧବ ଭୋଇ, ଜିଏମ ଡିଆଇସି ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ