ପିଡିଏସ ସାମଗ୍ରୀ ବଣ୍ଟନର ସମୀକ୍ଷା ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକର ବିଭିନ୍ନ ପଞ୍ଚାୟତରେ ଗତ କିଛିମାସ ଧରି ପିଡିଏସ ସାମେଗ୍ରୀ ଠିକ୍ ଭାବେ ବଣ୍ଟନ ହୋଇପାରି ନଥିବାନେଇ ବାରମ୍ବାର ଅଭିଯୋଗ ପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇ ଏହାର ସୁ ପରିଚାଳନା ପାଇଁ ନିଷ୍ପତି ନିଆଯାଇଛି । ଉପଖଣ୍ଡ ଯୋଗାଣ ଅଧିକାରୀ ଧର୍ମପଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୁତନକରି ଯୋଗଦେଇଥିବା ବ୍ଲକ ଯୋଗାଣ ଅଧିକାରୀ ବନମାଳି ନାହାକ, ଲେବୁଲ-୨ କଣ୍ଟ୍ରାକ୍ଟର ରଞ୍ଜନ କୁମାର ଦାସ, ଯୋଗାଣ ବିଭାଗର ଡିଇଓ ଜୀବନ ରାଉତ ପ୍ରମୁଖ ଯୋଗଦେଇ ପିଡିଏସ ଚାଉଳର ସୁଶମ ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ । ପୁର୍ବରୁ ଅନେକ ପଞ୍ଚାୟତରେ ହିତାଧିକାରୀ ମାନେ ଚାଉଳ ପାଇନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ତେଣୁ ଯୋଗାଣାରୀଙ୍କ ଠାରୁ କାହାର କେତେ ଚାଉଳ ପାଇବାର ବାକି ଅଛି ତାହାର ତାଲିକା ଦେବା ସହିତ ଆଗାମି ୫ଦିନ ଭିତରେ ସମସ୍ତଙ୍କ ଚାଉଳ ପ୍ରଦାନ କରିବାକୁ ଉପଖଣ୍ଡ ଯୋଗାଣ ଅଧିକାରୀ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ସରପଞ୍ଚ ଦିନେଶ ସେଠୀ, ଅନ୍ତର୍ଯ୍ୟମୀ ଖଣ୍ଡେଇ, ପିଇଓ ଜିତେନ୍ଦ୍ର ଜେନା, ମହଶ୍ୱେର ସାହୁ, ଉମାକାନ୍ତ ନାୟକ, ଉର୍ମିଳା ମୁର୍ମୁ, ସୁରେଶ ସେଠୀ, ହରିହର ସେଠୀଙ୍କ ସମେତ ପିଡିଏସ ବଣ୍ଟନ କରୁଥିବା ବିଭନ୍ନ ଏସଏସଜି ଗ୍ରୁପର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ