ଆନନ୍ଦମୟୀ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରର ବର୍ଦିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ ଶ୍ରୀଅରବିନ୍ଦ ଆନନ୍ଦମୟୀ ମହିଳା ପାଠଚକ୍ରର ବାର୍ଷିକ ଉତ୍ସବ ଶ୍ରୀରାମ ନଗରଠାରେ ପ୍ରତିଷ୍ଠିତ ଶ୍ରୀଅରବିନ୍ଦ ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ପାଠଚକ୍ର ସମୂହର ସଭାପତି ଶଶଧର ବେହେରା ମାତୃପତାକା ଉତ୍ତୋଳନ କରିଥିଲେ l କବିତା ପଣ୍ଡା ଦୁର୍ଗାସ୍ତୋତ୍ର ପଠନ କରିଥିଲା ବେଳେ ମନୀଷା ପଟ୍ଟନାୟକ ମା ବହି ପଠନ କରିଥିଲେ l ପ୍ରତିମା ମହାରଣା ଧ୍ୟାନ ଓ ପ୍ରାଥନା ବହି ପାଠ କରିଥିଲେ l ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା, ଜିଲ୍ଲା ସଭାପତି ଶାଶଧର ବେହେରା, ଭାଗିରଥି ମହାପାତ୍ର, ପୁଷ୍ପାଅପା, ଜିଲ୍ଲାପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ଶିକ୍ଷାକେନ୍ଦ୍ର ସଭାପତି ପ୍ରଫେସର କୃତ୍ତିବାସ ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ମାଓ ଶ୍ରୀଅରବିନ୍ଦ ଙ୍କ ଦୃଷ୍ଟିରେ ନାରୀ ଓ ସମଜ ଗଠନରେ ନାରୀର ଭୂମିକା ସମ୍ପର୍କରେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ୍ୟ କରିଥିଲେ l ଆନନ୍ଦମୟୀ ପାଠଚକ୍ରର ସମ୍ପାଦିକା ବିଜୟ ଲକ୍ଷ୍ମୀ ବିଶ୍ୱାଳ ବାର୍ଷିକ ବିବରଣୀ ପଠନ କରିଥିଲେ l ଜ୍ୟୋର୍ତ୍ତି ମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ରତ୍ନମଞ୍ଜରୀ ପାଢୀ କୃତଜ୍ଞତା ଜ୍ଞାପନ କରିଥିଲେ l ସୁନନ୍ଦା ବେହେରା ମାତୃସଂଗୀତ ଗାନ କରିଥଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ