ମାନସ ଦତ୍ତଙ୍କ ନେତୃତ୍ୱରେ ବହୁ ବିଜେଡିର ନେତା ଓ କର୍ମୀ ବିଜେପିରେ ହେଲେ ସାମିଲ
ବାଲେଶ୍ୱର,(ସରୋଜ ପଣ୍ଡା) : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ସଦର ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଛାନୁଆ ପଞ୍ଚାୟତର ବହୁ ବିଜେଡି ଦଳର ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତଥା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ନେତା ମାନସ କୁମାର ଦତ୍ତଙ୍କ ଦୃଢ କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ଉପରେ ଭରସା ରଖି ସତ୍ୟନାରାୟଣ ବେହେରା, ରାମଚନ୍ଦ୍ର ଗୋଚ୍ଛାୟତ, ମାମା ମଲ୍ଲିକ, ଭାରତୀ ପାତ୍ର, ରେବ ମଲ୍ଲିକ, ନିନିମଣି ଜେନା, ବିଦ୍ୟାଧର ନାୟକ, ଅଗଣି ଘଡାଇ, ବିଜୁ ବେହେରା, ସ୍ୱାଭିମାନ ବେହେରା, ରମେଶ ମୁଖି, ଶ୍ରୀକାନ୍ତ ବେହେରା, ବିଷୟା ମଲ୍ଲିକ, ଯୋଗେଶ୍ୱର ମୁଖି, ଚନ୍ଦ୍ରମୋହନ ମାଝୀ ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଓଡିଶାରେ ଜନସାଧାରଣ ବିଜୁ ଜନତା ଦଳର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଦୀର୍ଘ ୨୩ ବର୍ଷ ଶାସନରେ ଆଜି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଗତ ଉପନିର୍ବାଚନରେ ବାଲେଶ୍ୱର ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଆଜି ପାଣିର ଗାର ସଦୃଶ ବୋଲି ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ପରିପ୍ରକାଶ କରିଛନ୍ତି । ଆଜି ସମସ୍ତଙ୍କର ଯୋଗଦାନ ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀ ପ୍ରତି ଲୋକମାନଙ୍କର ଆସ୍ଥା ଓ ସାମାଜିକ ନେତୃତ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ ବୋଲି ସଦର ନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ବିଜୟ କୁମାର ଦାସ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପଞ୍ଚାୟତ ସଭାପତି ଭାଗ୍ୟଧର ଦାସ, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ, ଦିଲ୍ଲୀପ ମହାନ୍ତି, ରତ୍ନାକର ବେହେରା, ପ୍ରଫୁଲ୍ଲ ନାୟକ, ପୁଲିନ ଜେନା, ମଞ୍ଜୁଶ୍ରୀ ଗାୟନ, ରଶ୍ମିତା ମଣ୍ଡଳ, ମିନତୀ ନାୟକ, ପ୍ରଦୀପ ନାୟକ, ମହେଶ୍ୱର ବାରିକ, ବଙ୍କେଶ ଭୂୟାଁ, ରାମଚନ୍ଦ୍ର ମାଝୀ, ଜୟକୃଷ୍ଣ ବେହେରା, ଚନ୍ଦନ ନାୟକ, ସତ୍ୟ ରାଉତ, ଅପ୍ରତି ମହାନ୍ତି, ଶ୍ରୀକାନ୍ତ ପାତ୍ର, ରାମ ମହାନ୍ତି, ଇଶ୍ୱର ବାରିକ, ସୁବାଶ ବେହେରା, ହରିପଦ ମୁଖୀ, ନିମାଇ ମାଇତି, ଭବଶଙ୍କର ମାହାଲ, ଶଙ୍କର୍ଷଣ ସରଦାର, ରାଧାଶ୍ୟାମ ଜେନା, ଗଙ୍ଗାଧର ସାହୁ, ରଘୁନାଥ ଦାସ, ରବି ସାହୁ, ସଦାନନ୍ଦ ଦାସ, ମଙ୍ଗୁଳି ଦାସ, କାର୍ତ୍ତିକ ଚରଣ ପ୍ରଧାନ, ପିତାମ୍ବର ନାୟକ, ପର୍ଶୁରାମ ମଲ୍ଲିକ, ଅଭିମନ୍ୟୁ ପଟ୍ଟାୟତ, କାହ୍ନୁଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।